ବାଲୁକା କଳାରେ ଗୀତା ମେହେଟ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି - ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 17, 2023, 6:41 PM IST
ପୁରୀ: ବାଲୁକା ଚିତ୍ରକଳାରେ ଗୀତା ମେହେଟ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି । ଏହି ଖବର ଜଣାପଡିବା ପରେ ସବୁ ମହଲରେ ଶୋକର ଛାୟା ଖେଳଯାଇଛି । ତେବେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ସ୍ବର୍ଗତ ଗୀତା ମେହେଟାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏହା ବି ପଢନ୍ତୁ...ଗୀତା ମେହେଟ୍ଟାଙ୍କ ପରଲୋକ, ଦୁଃଖ ପ୍ରକାଶ କଲା କଂଗ୍ରେସ
ପୁରୀ ବେଳାଭୂମିର ନିଳାଦ୍ରୀ ବିଚ୍ରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା ଚିତ୍ରକଳାଟିକୁ ନିର୍ମାଣ କରିଛନ୍ତି । ଏକ ବହି ଭିତରେ ଲେଖିକା ଗୀତା ମେହେଟାଙ୍କ ପ୍ରତିକୃତିକୁ ସ୍ଥାନ ଦେଇ ସୁଦର୍ଶନ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଦେଖିବାକୁ ମିଳିଛି । ସେପଟେ ଦିଲ୍ଲୀରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଉଣୀ ଗୀତୀଙ୍କ ଶେଷ ଦର୍ଶନ କରିଛନ୍ତି । ଗୀତାଙ୍କ ପୁଅ ବିଦେଶରୁ ଆସିବା ପରେ ଆସନ୍ତାକାଲି ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ପୁରୀ