thumbnail

By

Published : Dec 22, 2022, 6:37 PM IST

Updated : Feb 3, 2023, 8:36 PM IST

ETV Bharat / Videos

ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଖୋଲିଲା ସ୍ୟାଣ୍ଡ ଆର୍ଟ ପାର୍କ

ପୁରୀ:ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଖୋଲିଲା ସ୍ୟାଣ୍ଡ ଆର୍ଟ ପାର୍କ(sand art park)। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ବାରା ନିର୍ମିତ Sand Art Park କୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିଛନ୍ତି। ଏ ବର୍ଷ ୟୁରୋପିୟାନ ଢାଞ୍ଚାରେ ବାଲୁକା ମୂର୍ତ୍ତି ଗୁଡିକ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ।ଏଠାରେ ସଚେତନତା ଭିତ୍ତିକ ବାଲୁକାକଳାମାନ ପ୍ରସ୍ତୁତ କରାଯାଇଛି। ପ୍ରସିଦ୍ଧ cartoon Moana and Maui ପୁରୀ ବେଳାଭୂମିକୁ ଆସି ପର୍ଯ୍ୟଟକଙ୍କୁ "Keep the beach clean "ର ବାର୍ତ୍ତା ଦେଉଛନ୍ତି | ଅନ୍ୟ ବାଲୁକା କଳାଟି ନାରୀ ଶସକ୍ତିକରଣ ଉପରେ ପର୍ଯ୍ୟବେଷିତ କରାଯାଇଛି । ଏଥିରେ "Battle against Evil" ର ବାର୍ତ୍ତା ଦେଇଛନ୍ତି ମାନସ ସାହୁ।ଏହି Manas's Sand Art Parkଟି ବର୍ଷ ସାରା ଲୋକମାନଙ୍କ ପାଇଁ ଉନ୍ମୋଚନ କରାଯାଇଛି । ପୁରୀ ଲାଇଟ ହାଉସ ନିକଟରେ ଥିବା ଏହି ବାଲୁକାକଳାକୁ ପର୍ଯ୍ୟଟକ ଉପଭୋଗ କରିପାରିବେ ।
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.