thumbnail

ଗଡିଲା ସମ୍ବଲପୁର-ଶାଲିମାର ଏକ୍ସପ୍ରେସ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀଙ୍କ ସହ 3 କେନ୍ଦ୍ରମନ୍ତ୍ରୀ

By

Published : Dec 29, 2022, 5:16 PM IST

Updated : Feb 3, 2023, 8:37 PM IST

ଅନୁଗୋଳ: ଆରମ୍ଭ ହୋଇଛି କୋଲକାତାକୁ ଅନୁଗୋଳ ଦେଇ ଟ୍ରେନ ସେବା । ସମ୍ବଲପୁର ରୁ କୋଲକାତାକୁ ସାଲିମାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଟ୍ରେନର ଆଜି ଶୁଭାରମ୍ଭ କରାଯାଇଛି। ଅନୁଗୋଳ ରେଳଷ୍ଟେସନରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି। ସପ୍ତାହରେ ତିନିଦିନ ଚାଲିବ ଏହି ଟ୍ରେନ । ଏହା ସହ ଉଦଘାଟିତ ହୋଇଛି ଜିଲ୍ଲାର ତାଳଚେର କୋଇଲା ଖଣି ଅଞ୍ଚଳର ବଳରାମ କୋଇଲା ସାଇଡିଂକୁ ହୋଇଥିବା ନୂତନ ରେଳପଥ । ଇଟିଭି ଭାରତ, ଅନୁଗୋଳ
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.