ଜଗତସିଂହପୁର ଜିଲ୍ଲାରେ ମାଟ୍ରିକ ଟପ୍ପର ସାଇ ଲିପ୍ସା - ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ
🎬 Watch Now: Feature Video
ଜଗତସିଂହପୁର: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଏଥିରେ ଜଗତସିଂହପୁର ଜିଲ୍ଲାରେ ପାସ୍ ହାର 98 ପ୍ରତିଶତ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାର ଛାତ୍ରୀ ସାଇ ଲିପ୍ସା ପ୍ରଧାନ ୫୭୦ ନମ୍ବର ରଖି ପ୍ରଥମ ସ୍ଥାନରେ ରହିଛନ୍ତି । ଯାହାକୁ ନେଇ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି । ଓଡ଼ିଶାର ୩୦ ଜିଲ୍ଲା ମଧ୍ୟରୁ ଜଗତସିଂହପୁର ଓ କଟକ ଜିଲ୍ଲା ଯୁଗ୍ମ ଭାବେ ସର୍ବାଧିକ ୯୭.୯୯ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାର ୧୩ ହଜାର ୨୮୮ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୭.୯୯ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ୧୩ ହଜାର ୨୮୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ A1ରେ ୯୩ଜଣ, A2ରେ ୯୬୦, B1ରେ ୨୫୬୧, B2ରେ ୩୫୨୦, Cରେ ୩୧୦୪, Dରେ ୧୯୦୯, Eରେ ୮୭୪ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୧୦୩ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ଜିଲ୍ଲା ଶିକ୍ଷା ବିଭାଗ ସୂଚନା ଦେଇଛି ।
ଇଟିଭି ଭରତ, ଜଗତସିଂହପୁର