କୁସୁମ ଟେଟେ କହିଲେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ସୁନ୍ଦରଗଡ ମାଲିକ - ବଜେଟ ଅଧିବେଶନ
🎬 Watch Now: Feature Video
ଭୁବନେଶ୍ବର: ମନ୍ତ୍ରୀ ଆମ ମାଲିକ । ମନ୍ତ୍ରୀ ପୁରା ଆମ ସୁନ୍ଦରଗଡ ମାଲିକ ପର୍ଯ୍ୟବେକ୍ଷକ । ଆମ ସୁନ୍ଦରଗଡର ବିକାଶ ମନ୍ତ୍ରୀଙ୍କ ହାତରେ । ଆଜି ବିଧାନସଭାରେ କିଛି ଏମିତି କହିଥିଲେ ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ ଜିଲ୍ଲା ଗମନାଗମନ ସୁବିଧା ନେଇ ବିଧାନସଭାରେ ପ୍ରଶ୍ନ କରି ଏମିତି କହିଥିଲେ ବିଧାୟିକା । ସୁନ୍ଦରଗଡ ଗଳି ଗଳିରେ କେତେ ରାସ୍ତା ଖରାପ ଅଛି ତାହା ବୁଲି ଦେଖିଲେ ଭଲ ହେବ । ଲେଢିମଙ୍ଗରୁ ଏକ ରାସ୍ତା ମରାମତି ହୋଇପାରୁ ନାହିଁ ସେ ଦିଗରେ କଣ ପଦକ୍ଷେପ ନିଯାଉଛି ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ କହିଥିଲେ, ''ବିଶ୍ବ ମାନଚିତ୍ରରେ ସୁନ୍ଦରଗଡ ସ୍ଥାନ ପାଇଛି ଏ ନେଇ ମୁଖ୍ୟମନ୍ତ୍ରୀକୁ ଯେତେ ଧନ୍ୟବାଦ ଦେଲେ କମ । ଜିଲ୍ଲାରେ ଗମନାଗମନ ସୁବିଧା ପାଇଁ ବିଭାଗ ଯତ୍ନବାନ ଅଛି । ବିଧାୟିକା ଯାହା ପ୍ରଶ୍ନ କରିଛନ୍ତି ସେ ଦିଗରେ କାର୍ଯ୍ୟ କରାଯିବ । ସୁନ୍ଦରଗଡ ଜିଲ୍ଲାରେ ଗମନାଗମନ ସମସ୍ୟା ରହିବ ନାହିଁ ।''