thumbnail

By

Published : Jul 28, 2023, 10:13 PM IST

ETV Bharat / Videos

Mysore Robbery: ଲଙ୍କାଗୁଣ୍ଡ ସ୍ପ୍ରେ କରି କର୍ମଚାରୀଙ୍କଠୁ ଲୁଟିଲେ ୬ ଲକ୍ଷ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚୋରି ମାମଲା ବଢିବାରେ ଲାଗିଛି । ସୋସିଆଲ ମିଡିଆରେ ଅନେକ ଚୋରି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ଚୋରି ଲାଗି ଚିଲି ପାଉଡର ବା ଲଙ୍କାଗୁଣ୍ଡ ସ୍ପ୍ରେ' ବ୍ୟବହାର କରୁଛନ୍ତି ଲୁଟେରା । ଏପରି ଜଣେ ଘରୋଇ କର୍ମଚାରୀଙ୍କ ଆଖିରେ ସ୍ପ୍ରେ କରି ତାଙ୍କଠୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଘରୋଇ କର୍ମଚାରୀ କେ. ତୁଲସୀଦାସ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବାକୁ ଆସିଥିବା ବେଳେ ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି । ମହୀଶୂର ସହରର ହେବାଲ ଇଣ୍ଡଷ୍ଟ୍ରି ଅଞ୍ଚଳରେ ଏହି ଲୁଟ ହୋଇଛି । ତୁଲସୀଦାସ ଜଣେ ବିଲ୍‌ ସଂଗ୍ରହକାରୀ ହୋଇଥିବା ବେଳେ ଉପଭୋକ୍ତାଙ୍କଠାରୁ ଅର୍ଥ ସଂଗ୍ରହ କରି ବ୍ୟାଙ୍କରେ ଡିପୋଜିଟ୍‌ କରିବାକୁ ଆସୁଥିଲେ । ତେବେ ବ୍ୟାଙ୍କ ଆଗରେ ହିଁ ଦୁର୍ବୃତ୍ତ ତାଙ୍କଠୁ ଲୁଟ ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇଥିଲେ । ତୁଲସୀଦାସ ପ୍ରତିଦିନ ସକାଳୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ବ୍ୟାଙ୍କ ଆସିଥାନ୍ତି । ହୁଏତ ଦୁର୍ବୃତ୍ତମାନେ ତାଙ୍କୁ ପୂର୍ବରୁ ଟାର୍ଗେଟ କରି ଏପରି ଲୁଟ କରିଥିବା ସନ୍ଦେହ କରାଯାଉଛି । ଏନେଇ ହେବାଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ଥିବା ଡିସିପି ମୁଥୁରାଜ କହିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.