ଜଗତସିଂହପୁରରେ ରାପିଡ୍‌ ଆକ୍ସନ ଫୋର୍ସର ଫ୍ଲାଗ ମାର୍ଚ୍ଚ - ଫ୍ଲାଗ ମାର୍ଚ୍ଚ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 21, 2023, 9:35 PM IST

ଜଗତସିଂହପୁର: ଆଜି ଜଗତସିଂହପୁର ସହର ପୋଲିସ ଓ ରାପିଡ ଆକ୍ସନ ଫୋର୍ସ (RPF) ପକ୍ଷରୁ ସହର ସାରା ଫ୍ଲାଗ ମାର୍ଚ୍ଚ କରିଥିଲେ । ସ୍ଥାନୀୟ ଥାନା ଛକ ଠାରୁ ଏହି ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇ ସହର ସାରା ପରିକ୍ରମା କରିଥିଲା । ଏଥିରେ ଜଗତସିଂହପୁର ପୋଲିସ ସହିତ ଟାଟା ଜାମସେଦପୁରରୁ ଆସିଥିବା 106 ବାଟାଲିଅନ ଓ 60 ଜଣ ଫୋର୍ସ, ସାମିଲ ହୋଇଥିଲେ । ରାପିଡ ଆକ୍ସନ ଫୋର୍ସର କମାଣ୍ଡର ଅଜିତ କୁମାରଙ୍କ ନେତୃତ୍ୱରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଫୋର୍ସ ବୁଲିବ ବୋଲି ଆର.ପି.ଏଫ ପକ୍ଷରୁ କୁହାଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ... ଶ୍ରୀମନ୍ଦିରରେ ପାଣ୍ଡିଆନ ଓ କାମିଆ ଜାନିଙ୍କ ଭିଡିଓ ବିବାଦ, ଉଭୟଙ୍କ ଗିରଫଦାରୀ ଦାବି କଲା ବିଜେପି

ରାପିଡି ଆକ୍ସନ ଫୋର୍ସର କମାଣ୍ଡର କହିଛନ୍ତି , ’’ଜଗତସିଂହପୁର ଜିଲ୍ଲାରେ 6 ଦିନ ପାଇଁ ଏହି ପ୍ରୋଗ୍ରାମ କରାଯିବ । ଏହି ମାର୍ଚ୍ଚର ମାଧ୍ୟମରେ ଲୋକଙ୍କ ସାଙ୍ଗରେ ଇଣ୍ଟରାକ୍ସନ କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଆମ କାମ ହେଉଛି ଆଇନ ଶୃଙ୍ଖଳା ସୁରକ୍ଷା କରିବା । ଯଦି ଭବିଷ୍ୟତରେ ସ୍ଥିତି ଖରାପ ହୁଏ ତେବେ ସେମାନେ ଏଠାକୁ ଆସି ତାର ରକ୍ଷଣାବେକ୍ଷଣ କରିବେ ।’’

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.