୧୨ ବର୍ଷ ଅପେକ୍ଷାର ଅନ୍ତ, ନନ୍ଦନକାନନ ରୋପୱ ସେବା ଆରମ୍ଭ

By ETV Bharat Odisha Team

Published : Nov 17, 2023, 10:31 PM IST

thumbnail

ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ରୋପୱେ ସେବା । ଉଦଘାଟନ କରିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ୍ତ ଅମାତ । ସେବା ଉଦଘାଟନ ହେବା ପରେ ଏଣିକି ରୋପୱେରେ ବୁଲି କାଞ୍ଜିଆ ହ୍ରଦ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ମନୋରମ ଦୃଶ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ । ଆସନ୍ତାକାଲି ଠାରୁ ବିଧିବଦ୍ଧ ଭାବରେ ପର୍ଯ୍ୟଟକଙ୍କ ପାଇଁ ରୋପୱେ ସେବା ଚାଲିବ । ଏହାର ଟିକେଟର ମୂଲ୍ୟ ରହିଛି ୧୨୦ ଟଙ୍କା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଛି ଏହି ରୋପୱେ । ସୋମବାର ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ଥିବାରୁ ବାକି ୬ ଦିନ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରୋପୱେର ମଜା ଉଠାଇ ପାରିବେ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ଏହି ରୋପୱେ ଯାତ୍ରା ବେଶ ରୋମାଞ୍ଚକର ହେବ । ତେବେ ପର୍ଯ୍ୟଟକଙ୍କୁ ଟିକଟର ମୂଲ୍ୟ ସହିତ କ୍ୟାମେରା ପାଇଁ ମଧ୍ୟ ଶୁଳ୍କ ଦେବାକୁ ପଡ଼ିବ । ଟିକେଟ୍ ମୂଲ୍ୟ ୧୨୦ ଟଙ୍କା ରହିଥିବା ବେଳେ ଯେଉଁ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନର ରାଜ୍ୟ ଉଦ୍ଭିଦ ଉଦ୍ୟାନ ବୁଲିବାକୁ ଚାହୁଁଛନ୍ତି ସେମାନଙ୍କୁ ଅଧିକ ୨୦ ଟଙ୍କା ଅଧିକ ଦେବାକୁ ପଡ଼ିବ । ଅର୍ଥାତ ୧୪୦ ଟଙ୍କା ଦେବାକୁ ହେବ । ୧୨ ବର୍ଷରୁ କମ ପିଲାଙ୍କ ପାଇଁ ଶୁଳ୍କ ଲାଗୁ ହେବନାହିଁ ।  

ଅଧିକ ପଢନ୍ତୁ- ଆଜି ନନ୍ଦନକାନନରେ ଉଦଘାଟନ ହେବ ରୋପୱେ; ଏତିକି ରହିଛି ଟିକେଟ୍ ମୂଲ୍ୟ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.