ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍‌ - snatching from fuel station

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 19, 2023, 7:22 PM IST

କେନ୍ଦୁଝର: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍ । ବନ୍ଧୁକ ଦେଖାଇ ସ୍ଵପ୍ନେଶ୍ୱର ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୫ ରାଉଣ୍ଡ ଗୁଳି ଚାଳନା କରି ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ଫୁଲଝରଠାରେ ଘଟିଛି ଏହି ବଡ ଧରଣର ଡ଼କାୟତି । ପେଟ୍ରୋଲ ପମ୍ପର ଆଇରନ ଚେଷ୍ଟରୁ ଆରମ୍ଭ କରି ସିସିଟିଭି ମଧ୍ୟ ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭଯୋଗ ହୋଇଛି । ଘଟଣାସ୍ଥଳରେ ସଦର ପୋଲିସ ଓ ଫରେନସିକ ଟିମ୍ ଛାନଭିନ କରୁଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ପୂଜାରେ ମାତିଲେ ହାଇୱା ଲୁଟେରା, ବନ୍ଧୁକ ଦେଖାଇ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିଲେ

ସୂଚନା ଅନୁଯାୟୀ, ବୁଧବାର ରାତିରେ ୪ ଜଣ ବନ୍ଧୁକଧାରୀ ୨ ଟି ମୋଟର ସାଇକେଲରେ ଆସିଥିଲେ । ସେମାନେ ଡକାୟତି କରୁଥିବା ଦେଖି କିଛି ଲୋକ ପାଟି କରିଥିବାବେଳେ ସେହି ସମୟରେ ୫ ରାଉଣ୍ଡ ଗୁଳି ଫୁଟାଇଥିଲେ ଦୁର୍ବୃତ୍ତ । ଏହି ଗୁଳିମାଡ଼ରେ କେହି ଆହତ ହୋଇ ହୋଇନାହାନ୍ତି । ହେଲେ ଦୁର୍ବୃତ୍ତମାନେ ସହଜରେ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି । ଏହି ଘଟଣାରେ ନୟାକୋଟ ଥାନାରେ ମାମଲା ରୁଜୁ ହୋଇଥିବା ସଦର ଏସଡିପିଓ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.