କନ୍ଧମାଳରେ ସଡ଼କ ସୁରକ୍ଷା ସପ୍ତାହ: ଯାନବାହନ ଯାଞ୍ଚରୁ ୨ ଲକ୍ଷରୁ ଊର୍ଦ୍ଧ୍ବ ଫାଇନ ଆଦାୟ - ସଡ଼କ ସୁରକ୍ଷା ସପ୍ତାହ
🎬 Watch Now: Feature Video
Published : Jan 3, 2024, 8:22 AM IST
Road Safety week: ଫୁଲବାଣୀ: ଆରମ୍ଭ ହୋଇଯାଇଛି ସଡକ ସୁରକ୍ଷା ସପ୍ତାହ । ଆସନ୍ତା ୭ ତାରିଖ ଯାଏଁ ଏକ ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ । ତେବେ ଏହି ଅବସରରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଠାରେ ଜିଲ୍ଲା ପରିବହନ ବିଭାଗ ଓ ସ୍ଥାନୀୟ ପୋଲିସର ମିଳିତ ସହଯୋଗରେ ସମସ୍ତ ଯାନବାହନ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଚାଳକମାନଙ୍କ ଲାଇସେନ୍ସ, ହେଲମେଟ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ, ଇନ୍ସୁରାନ୍ସ କାଗଜପତ୍ର ଯାଞ୍ଚ କରାଯାଇଥିବା ସହ ମଦ୍ୟପ ଚାଳକମାନଙ୍କୁ ପରୀକ୍ଷା କରି ଫାଇନ କରାଯାଉଥିବା ଦେଖିବାକୁ ମିଳିଛି । କିଛି ଚାଳକ ବିନା ହେଲମେଟରେ ଗାଡ଼ି ଚଲାଉଥିବା ବେଳେ ଗାଡ଼ିର ହାଇସିକ୍ୟୁରିଟି ନମ୍ୱର ପ୍ଲେଟ, ପଲ୍ୟୁସନ ପ୍ରମାଣପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ନ ଥିବା ଯୋଗୁଁ ଯାଞ୍ଚ ବେଳେ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ବ ଫାଇନ ଆଦାୟ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ; ୱାକାଥନ ସହ ଗଡ଼ିଲା ସଚେତନତା ରଥ
ସେହିପରି ଆଗକୁ ମଧ୍ୟ ପରିବହନ ବିଭାଗ ଓ ସ୍ଥାନୀୟ ପୋଲିସ ବାହିନୀର ମିଳିତ ସହଯୋଗରେ ପ୍ରତ୍ୟେକ ମାସ ଏହିପରି ଅତର୍କିତ ଗାଡ଼ିମୋଟର ଯାଞ୍ଚ କରାଯାଇ ବିନା କାଗଜପତ୍ରରେ ବେଆଇନ ଭାବେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଦଣ୍ଡିତ କରାଯିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଫୁଲବାଣୀ