thumbnail

By

Published : Apr 4, 2023, 3:40 PM IST

ETV Bharat / Videos

ଜିରୋ ଟ୍ରାଫିକ୍‌ ଟୋଲରାନ୍ସ ସପ୍ତାହ, ଚାଲିଛି କଡାକଡି ଯାଞ୍ଚ

ରାଉରକେଲା: ସହରରେ ଟ୍ରାଫିକ ଜିରୋ ଟୋଲରାନ୍ସ ସପ୍ତାହକୁ ଜୋରଦାର କରାଯାଇଛି । ଟ୍ରାଫିକ ନିୟମକୁ ଅବମାନନା କରୁଥିବା ପ୍ରତି ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ରାଜ୍ୟ ପରିବହନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗତ 1 ତାରିଖଠାରୁ ନାବାଳକ ଏବଂ ନାବାଳିକା ସହ ଅମାନିଆ ଟ୍ରାଫିକ ଗାଡି ଚାଳନା ଉପରେ ରୋକ ଲଗାଇବା ନେଇ ଚେଷ୍ଟା ଜାରି ରହିଛି । ନାବାଳକ କିମ୍ବା ନାବାଳକ ଗାଡି ଚଳାଇବାକୁ ବାରଣ କରାଯାଇଥିବା ବେଳେ ଯେଉଁମାନେ ଗାଡି ଚଳାଉଛନ୍ତି ସେମାନଙ୍କ ବିରୋଧରେ ଫାଇନ କଟା ଯାଉଛି । ଏଥିସହ ହେଲମେଟ ନପିନ୍ଧି ଗାଡି ଚଳାଉଥିବା ଚାଳକଙ୍କ ବିରୋଧରେ ଚାଲାଣ କାଟୁଛି ପରିବହନ ବିଭାଗ । କାର ସିଟ ବେଲ୍ଟ ଚେକିଂ, ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍‌, ଡ୍ରାଇଭିଂ ଲାଇସେନ୍ସ ଓ ହେଲମେଟ  ଚେକିଂ କରାଯାଉଛି । ଆଜି କଡାକଡି ଭାବରେ ସବୁ କିଛି ଯାଞ୍ଚ କରିଛି ରାଉରକେଲା ଆରଟିଓ ବିଭାଗ । ପୂର୍ବରୁ ରାଜ୍ୟର ଅନେକ ଜିଲ୍ଲାରେ ନାବାଳକମାନେ ଗାଡି ଚଳାଉଥିବାରୁ ସେମାନଙ୍କୁ 25 ହଜାର ଲେଖାଏଁ ଫାଇନ କରାଯାଇଥିଲା । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.