ସୁସ୍ଥ ହେଉଛନ୍ତି ପନ୍ତ୍, ନିଜେ ଭିଡିଓ ସେୟାର କରି ଦେଲେ ସୂଚନା
🎬 Watch Now: Feature Video
ମୁମ୍ବାଇ: ଦୁର୍ଘଟଣା ପରେ ବର୍ତ୍ତମାନ ସୁସ୍ଥ ହେବାରେ ଲାଗିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର୍ ଋଷଭ ପନ୍ତ । ସେ ଲଗାତାର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ନିଜ ସ୍ବାସ୍ଥ୍ୟ ସମ୍ପର୍କୀତ ଅପଡେଟ୍ ଦେଉଛନ୍ତି | ଆଜି ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ପୂର୍ବ ଅପେକ୍ଷା ସହଜରେ ଏବଂ ବିନା ସାହାଯ୍ୟରେ ସିଡ଼ି ଚଢ଼ି ପାରୁଛନ୍ତି । ତାଙ୍କର ଅନ୍ୟ ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ଜିମ୍ରେ ନିଜ ଗୋଡ଼ ପାଇଁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ସେ ବିନା ଆଶାବାଡିରେ ଚାଲିବା ଆରମ୍ଭ କରିଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ପ୍ରକାଶ ଥାଉ କି, ଗତବର୍ଷ ଡିସେମ୍ବର ୩୦ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁଥିରେ ତାଙ୍କ କାର୍ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ପନ୍ତ୍ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ