ବେଙ୍ଗାଲୁରୁରେ ପହଞ୍ଚି 'ଜୟ ବିଜ୍ଞାନ ଜୟ ଅନୁସନ୍ଧାନ'ର ନାରା ଦେଲେ ପ୍ରଧାନମନ୍ତ୍ରୀ

By ETV Bharat Odisha Team

Published : Aug 26, 2023, 7:43 AM IST

thumbnail

ବେଙ୍ଗାଲୁରୁ: ଆଜି ଇସ୍ରୋ ବୈଜ୍ଞାନିକଙ୍କୁ ଭେଟି ଶୁଭେଚ୍ଛା ଜଣାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଗ୍ରୀସରୁ ଫେରି ସକାଳ 6ଟାରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ବିମାନ ବନ୍ଦର ବାହାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ଚନ୍ଦ୍ରଯାନ-3ର ସଫଳତା ପାଇଁ ସେ 'ଜୟ ବିଜ୍ଞାନ ଜୟ ଅନୁସନ୍ଧାନ'ର ନାରା ଦେଇଛନ୍ତି । ପ୍ରଥମେ 'ଜୟ ଯବାନ ଜୟ କିଶାନ'ର ନାରା ଦେବା ପରେ ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ଏପରି ନାରା ଦେଇଥିଲେ ପ୍ରଧାନମନ୍ତ୍ରୀ । ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ଜୟ ବିଜ୍ଞାନ ଜୟ ଅନୁସନ୍ଧାନର ନାରା ଦେବା ପାଇଁ କହିଥିଲେ । ଚନ୍ଦ୍ରଯାନ-3ର ସଫଳ ଅବତରଣ ସମୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ରହିଥିଲେ । ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତ ସାରି ସିଧା ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ବିଜେପି କର୍ମୀମାନେ HAL ବିମାନ ବନ୍ଦରରେ ଆଜି ସକାଳୁ ମୋଦିଙ୍କୁ ସ୍ବାଗତ କରିଥିଲେ ।  

ଏହା ମଧ୍ୟ ପଢନ୍ତୁ-Chandrayaan 3 Success: ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବାକୁ ବେଙ୍ଗାଲୁରୁରେ ପହଞ୍ଚିଲେ ପ୍ରଦାନମନ୍ତ୍ରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.