ଠକି ଦେଲେ ସରକାର, ଜଳ ସତ୍ୟାଗ୍ରହ କଲେ ରେଙ୍ଗାଳି ବିସ୍ଥାପିତ

By ETV Bharat Odisha Team

Published : Dec 2, 2023, 10:10 AM IST

thumbnail

ଅନୁଗୋଳ: ରେଙ୍ଗାଳି ଜଳଭଣ୍ଡାର ନିର୍ମାଣ ହେଲା, 45 ବର୍ଷ ପରେ ମଧ୍ୟ ଆଜି ଯାଏଁ ଜମିହରାଙ୍କୁ ମିଳିନି କ୍ଷତିପୂରଣ । ସାତ ଦଫା ଦାବି ନେଇ ନେଇ ଅଭିନବ ଉପାୟରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସତ୍ୟାଗ୍ରହଣ କଲେ ବିସ୍ଥାପିତ ପ୍ରଜା ସଂଘ । ପାଣିରେ ପଶି ସତ୍ୟାଗ୍ରହ କରିଛନ୍ତି 12 ହଜାରରୁ ଊର୍ଦ୍ଧ୍ବ ବିସ୍ଥାପିତ ପରିବାର । ଶୁକ୍ରବାର ପାଲଲହଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ କୁଣ୍ଡେଇବିରାଙ୍କ ମନ୍ଦିରରୁ ସଂକଳ୍ପ କରି ରୁଜାଙ୍ଗ ସ୍ଥିତ ଦ୍ଵିତୀୟ ଚିଲିକାରେ ଆରମ୍ଭ ହୋଇଛି ଜଳ ସତ୍ୟାଗ୍ରହ । ରେଙ୍ଗାଳି କ୍ଷତିଗ୍ରସ୍ତ ପ୍ରଜାଙ୍କ ବିଭିନ୍ନ ପ୍ରତିବାଦ ଓ ଧାରଣା ପରେ ରାଜ୍ୟ ସରକାର 2010 ମସିହାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ପରେ ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରଙ୍କୁ ଏକର ପିଛା 50 ହଜାର କ୍ଷତିପୂରଣ ରାଶି ପ୍ରଦାନ ପାଇଁ ପ୍ରତିଶୃତି ମିଳିଥିଲା । ହେଲେ ଆଜିଯାଏ ସେଇ ପ୍ରତିଶୃତି ପାଣିର ଗାର ହେଇ ରହିଛି । ଫଳରେ ବାଧ୍ୟ ହୋଇ ଜଳ ସତ୍ୟାଗ୍ରହ ଭଳି ଚରମ ପଦକ୍ଷେପ ନେଇଛନ୍ତି ରେଙ୍ଗାଳି ବିସ୍ଥାପିତ ପ୍ରଜା ସଂଘ। । ଉଚ୍ଚକ୍ଷମତା ସମ୍ପର୍ଣ୍ଣ କମିଟିର ସୁପାରିଶ କ୍ରମେ ଏକର ପ୍ରତି 50 ହଜାର ଅନୁକମ୍ପା ମୂଳକ ବର୍ଦ୍ଧିତ କ୍ଷତିପୂରଣ, ସ୍ଥାୟୀ ପଟ୍ଟା ପ୍ରଦାନ, ବିସ୍ଥାପିତ ପରିବାରର ଜଣେ ସଦସ୍ୟକୁ ନିଯୁକ୍ତି ଗ୍ୟାରେଣ୍ଟି, ସମସ୍ତ ବିସ୍ଥାପିତଙ୍କୁ ଗରିବ ଶ୍ରେଣୀ ଭୁକ୍ତ କରାଯାଉ, ରାସନ କାର୍ଡ ଏବଂ ସ୍ବାସ୍ଥ୍ୟ ବିମାରେ ସାମିଲ କରାଉ ବୋଲି ବୋଲି ଦାବି କରିଛି ସଂଘ ।

ଏହା ମଧ୍ୟ ପଢନ୍ତୁ-ଖୋଲିଲା ରେଙ୍ଗାଳୀ ଡ୍ୟାମ୍‌ର ୨ ଗେଟ୍‌, ବ୍ରାହ୍ମଣୀରେ ବଢିଲା ବନ୍ୟା ଆଶଙ୍କା

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.