Snowfall: କେଦାରନାଥରେ ତୁଷାରପାତ, ଦ୍ବିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଠପ - କେଦାରନାଥରେ ଦ୍ବିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଠପ
🎬 Watch Now: Feature Video
ଡେରାଡୁନ: ବିଶ୍ବପ୍ରସିଦ୍ଧ କେଦାରନାଥ ଧାମରେ ପାଗ ପୁଣି ଥରେ ଖରାପ ହୋଇଯାଇଛି (Snoaw fall in Kedarnath)। ଖରାପ ପାଗ ଯୋଗୁଁ କେଦାରନାଥ ଧାମରେ ଅଧିକତୁଷାରପାତ ହୋଇଛି । ଏଥିଲାଗି ଧାମରେ କ୍ରମାଗତ ଭାବେ ଶୀତର ପରିମାଣ ବୃଦ୍ଧି ପାଉଛି । କେଦାରନାଥ ଧାମର କବାଟ ବନ୍ଦ ହେବା ପରେ ମଧ୍ୟ ଧାମରେ ଦ୍ବିତୀୟ ପର୍ଯ୍ୟାୟର ପୁନଃନିର୍ମାଣ କାର୍ଯ୍ୟ ଚାଲିଛି (Construction work affected due to Snow fall)। ଏହି କାର୍ଯ୍ୟ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଶୀତ ଏବଂ ତୁଷାରପାତ ଯୋଗୁଁ ପୁନଃନିର୍ମାଣ କାର୍ଯ୍ୟ ପ୍ରଭାବିତ ହେଉଛି । ପୁନଃନିର୍ମାଣ କାର୍ଯ୍ୟର ଦ୍ବିତୀୟ ପର୍ଯ୍ୟାୟରେ ଡାକ୍ତରଖାନା, ତୀର୍ଥଯାତ୍ରୀ ପୁରୋହିତଙ୍କ ପାଇଁ ପକ୍କା ଘର ନିର୍ମାଣ କରାଯାଉଛି । ଅନ୍ୟପକ୍ଷରେ, କେଦାରନାଥ ଧାମରେ ତୁଷାରପାତର ପ୍ରଭାବ ତଳିଆ ଅଞ୍ଚଳରେ ମଧ୍ୟ ଦେଖାଯାଉଛି । ଫଳରେ ତଳିଆ ଅଞ୍ଚଳରେ ଶୀତର ପରିମାଣ ବୃଦ୍ଧି ପାଇବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:32 PM IST