Attack On Journalist: ଟୁଟୁଙ୍କ ଗିରଫକୁ ନେଇ କ'ଣ କହିଲେ IIC ? ଶୁଣନ୍ତୁ...

By ETV Bharat Odisha Team

Published : Nov 4, 2023, 6:36 PM IST

thumbnail

ଭୁବନେଶ୍ବର: ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲା । ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ପୋଲିସ । ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଦୀର୍ଘ ସମୟ ଧରି ଖାରବେଳ ନଗର ଥାନାରେ ତାଙ୍କୁ ଅଟକ ରଖାଯାଇଥିଲା । ଦୀର୍ଘ ସମୟର ଜେରା ପରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଛି ପୋଲିସ । ଟୁଟୁଙ୍କ ନାଁରେ ଲାଗିଛି ୩୫୪, ୨୯୪, ୩୪୧, ୩୨୩ ଭଳି ସଙ୍ଗୀନ ଦଫା । 

ଏହା ବି ପଢନ୍ତୁ...ସାମ୍ବାଦିକାଙ୍କୁ ମାଡ଼ ଘଟଣା; ଟୁଟୁ ନାୟକ ଗିରଫ

ଏପଟେ ଟୁଟୁଙ୍କ ଗିରଫ ନେଇ ଖାରବେଳନଗର ଥାନା ଆଇଆଇସି କହିଛନ୍ତି, "ଗତକାଲି ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଜଣେ ମହିଳା ସବଇନ୍ସପେକ୍ଟର ଏହାର ତଦନ୍ତ କରୁଥିଲେ । ଗତକାଲି ହୋଇଥିବା ଅଭିଯୋଗ ଆଧାରରେ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଇଥିଲା । ଏହି ଘଟଣା ସର୍ବସାଧାରଣରେ ହୋଇଥିଲା । ଭିଡିଓ ଫୁଟେଜ ଆଧାରରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ପଚରାଉଚରା କରାଯାଇଛି । ଏନେଇ ଅଭିଯୋଗକାରୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.