thumbnail

କଳାହାଣ୍ଡିରେ ପାଳିତ ହେଲା ରାକ୍ଷୀ ପୂର୍ଣ୍ଣିମା

By

Published : Aug 11, 2022, 5:59 PM IST

Updated : Feb 3, 2023, 8:26 PM IST

ଭବାନୀପାଟଣା:ଭାରତୀୟ ପରମ୍ପରାରେ ଆଜି ହେଉଛି ରକ୍ଷା ବନ୍ଧନ ବା ଗହ୍ମା ପୂର୍ଣ୍ଣିମା । ଭାଇ ଭଉଣୀ ସମ୍ପର୍କର ନିଆଁରା ପର୍ବ । ଏହି ଦିନ ଭାଇର ଦୀର୍ଘାୟୁ ଏବଂ ବିଜୟୀ କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ରାକ୍ଷୀ ଭାଇ ଭଉଣୀ ସମ୍ପର୍କର ସାକ୍ଷୀ । ହସ ଉଲ୍ଲାସର ସହ କଳାହାଣ୍ଡି ଜିଲ୍ଲାରେ ପାଳିତ ହୋଇଯାଇଛି ରକ୍ଷା ବନ୍ଧନ ଉତ୍ସବ । ଭାଇ ହାତରେ ସୁରକ୍ଷାର ଡୋର ବାନ୍ଧି ତାର ଦୀର୍ଘାୟୁ କାମନା କରିଛି ଭଉଣୀ । ଏହାର ପ୍ରତିବଦଳରେ ଭଉଣୀକୁ ସୁରକ୍ଷାର ପ୍ରତିଶୃତି ଦେଇଛି ଭାଇ ଆଉ ଏ ପର୍ବକୁ ନେଇ ଚହଟି ଉଠିଛି ସ୍ନେହ ପ୍ରେମ ଓ ମମତାର ରଙ୍ଗ। ଭାଇ ରାକ୍ଷୀ ମାଧ୍ୟମରେ ଅନୁଭବ କରିଛି ଭଉଣୀର ଏହି ପବିତ୍ର ବନ୍ଧନକୁ ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.