RajyaSabha: ଜୈବ ବିବିଧତା ସଂଶୋଧନ ବିଲ 2023 ପାସ, ଆଲୋଚନାରେ ଭାଗ ନେଲେ ସୁଲତା ଦେଓ - ସାଂସଦ ସୁଲତା ଦେଓ

🎬 Watch Now: Feature Video

thumbnail

By

Published : Aug 1, 2023, 10:57 PM IST

ନୂଆଦିଲ୍ଲୀ:  ଜୈବ ବିବିଧତା (ସଂଶୋଧନ) ବିଲ 2023 ଆଜି ରାଜ୍ୟସଭାରେ ଗୃହୀତ ହୋଇଛି । ଏହି ବିଲର ଉଦେଶ୍ୟ ହେଉଛି ଦେଶରେ ବିଭିନ୍ନ ଔଷଧୀୟ ବୃକ୍ଷରାଜୀକୁ ବୃଦ୍ଧି କରିବା ସହିତ, ବର୍ତ୍ତମାନ ଥିବା ବୃକ୍ଷର ସଂରକ୍ଷଣ କରିବା । ଏହାସହ ଏହି ବୃକ୍ଷରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ଆୟୁର୍ବେଦିକ ଔଷଧକୁ ପ୍ରତ୍ସାହିତ କରି ସ୍ଥାନୀୟ ବ୍ୟକ୍ତିଙ୍କୁ ରୋଜଗାରକ୍ଷମ କରିବା । ଏହି ବିଲ ଆଇନରେ ପରିଣତ ହେଲେ ଦେଶରେ  ଆୟୁର୍ବେଦିକ ଔଷଧୀୟ ବୃକ୍ଷରାଜୀକୁ ବଳ ମିଳିବା ସହିତ, ଏହି ଦିଗରେ କାମ କରୁଥିବା ବ୍ୟକ୍ତିବିଶେଷ ଚିକିତ୍ସକ, ସଂଗଠନକୁ ମଧ୍ୟ ଲାଭ ମିଳିବ । ଏହା ସହ ଦେଶରେ ପ୍ରାକୃତିକରେ ମଧ୍ୟ ଜ୍ଞାନକୌଶଳ ବ୍ୟବହାର ହୋଇପାରିବ । ଏହି ବିଲ ଲୋକସଭାରେ  ପୂର୍ବରୁ ପାରିତ ହୋଇଥିବା ବେଳେ ଆଜି ରାଜ୍ୟସଭାରେ ବିଲ ଉପରେ ଆଲୋଚନା ହୋଇଥିଲା । 

ବିଜେଡି ପକ୍ଷରୁ ସାଂସଦ ସୁଲୋଚନା ଦେଓ ଆଲୋଚନାରେ ଭାଗ ନେଇ କହିଥିଲେ ‘‘ ଓଡିଶାରେ 37 ପ୍ରତିଶତ ଜଙ୍ଗଲ ଅଛି । ଓଡିଶା ହେଉଛି ଦ୍ବିତୀୟ ସର୍ବାଧିକ ପ୍ରାକୃତିକ ଜଙ୍ଗଲଜାତ ଦ୍ରବ୍ୟ ଉତ୍ପାଦନ ରାଜ୍ୟ । ଓଡିଶାର ଗ୍ରାମାଞ୍ଚଳର ଲୋକେ 40 ପ୍ରତିଶତ ରୋଜଗାର  ଜଙ୍ଗଲଜାତ  ଦ୍ରବ୍ୟରୁ କରିଥାନ୍ତି । ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ ଓଡିଶା ସରକାର 9 ଟି ୱାଇଲ୍ଡ ଲାଇଫ ସେଞ୍ଜୁରୀ, ଗୋଟିଏ ଜାତୀୟ ପାର୍କ, 2 ଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ରହିଛି । ଟିକରପଡା, ଚିଲିକା ଓ ଭିତରକନିକାରେ ଏକାଧିକ ଜଳଚର ଜୀବ ରହିଛନ୍ତି ।  ପ୍ରବାସୀ ପକ୍ଷୀଙ୍କ ପାଇଁ ଉପଯୁକ୍ତ ସ୍ଥାନ ଓଡିଶାରେ ରହିଛି । ଜୈବ ବିବିଧତା ଦୃଷ୍ଟିକୋଣରୁ ଓଡିଶାରେ ପ୍ରଚୁର ପରିମାଣର କୃଷିଜାତ ଦ୍ରବ୍ୟ ମଧ୍ୟ ଉତ୍ପାଦନ ହେଉଛି । ଯେଉଁଥିରେ କନ୍ଧମାଳର ହଳଦୀ ସର୍ବାଗ୍ରେ ରହିଛି । କୋରାପୁଟରେ ମାଣ୍ଡିଆ, ଗଜପତିରେ ମକା ଉତ୍ପାଦନ ହେଉଛି । ସର୍ବୋପରି ଓଡିଶାରେ 15 ହଜାର ପ୍ରଜାତିର ପାରମ୍ପରିକ ଧାନ ରହିଛି । ବିରଳ ଧାନ ବିହନ ସଂରକ୍ଷଣ ପାଇଁ ଓଡିଶାର କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ଭାରତ ସରକାର । ’’ ଦେଖନ୍ତୁ ସାଂସଦ ସୁଲତା ଦେଓ ଆଉ କଣ କହୁଛନ୍ତି ।

ଏହାବି ପଢନ୍ତୁ-  RajyaSabha: କେବେ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଲଚେର ସାର କାରଖାନା: ସାଂସଦ ସୁଲତା ଦେଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.