thumbnail

By ETV Bharat Odisha Team

Published : Dec 13, 2023, 10:49 PM IST

ETV Bharat / Videos

ରାଜ୍ୟସଭାରେ ବିତର୍କ ବେଳେ ଧର୍ମେନ୍ଦ୍ର-ସସ୍ମିତ ମୁହାଁମୁହିଁ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାସ ହେଲା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ 2023 । ଗତକାଲି ରାଜ୍ୟସଭାରେ ଆଗତ ହୋଇଥିବା ବେଳେ ବିଲ ଉପରେ ଦୀର୍ଘ ଘଣ୍ଟା ଧରି ବିତର୍କ ହୋଇଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ସାଂସଦଙ୍କ ଅଭିଯୋଗର ଜବାବ ରଖି ବିତର୍କ ଶେଷ କରିଥିଲେ । ଶେଷରେ ବିଲ ଧ୍ବନିମତରେ ରାଜ୍ୟସଭାରେ ପାସ ହୋଇଛି । ବିଲ ପାସ ହେବା ଦ୍ବାରା ଏଣିକି ଜନଜାତିଙ୍କ ବିଷୟରେ ବିଶେଷ ଅଧ୍ୟୟନ କରିବାରେ ଏହି ବିଶ୍ବବିଦ୍ୟାଳୟ ସହାୟକ ହେବ । ହେଲେ ବିଲକୁ ନେଇ ବିତର୍କ ବେଳେ ମୁହାଁମୁହିଁ ହୋଇଥିଲେ ରାଜ୍ୟର ଦୁଇ ରାଜନେତା । ଆଲୋଚନା ବେଳେ ଓବିସି ସଂରକ୍ଷଣକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ସମ୍ପର୍କରେ ଦେଇଥିବା ଏକ ଟିପ୍ପଣୀର ଜବାବ ଦେଇଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ସସ୍ମିତଙ୍କ ଜବାବର ତୁରନ୍ତ ପୁଣି ଧର୍ମେନ୍ଦ୍ର ପ୍ରତିଜବାବ ଦେଇଥିଲେ । କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ 2023 ଲୋକସଭାରେ ଗତ 7 ତାରିଖରେ ପାରିତ ହୋଇଥିଲା । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.