ପାହାଡରୁ ରେଳ ଲାଇନକୁ ଖସିଲା ମାଟି ଅତଡା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ
🎬 Watch Now: Feature Video
କୋରାପୁଟ: ପ୍ରବଳ ବର୍ଷା ପରେ କୋରାପୁଟରେ ଭୁସ୍ଖଳନ । ପାହାଡ଼ରୁ ମାଟି ଅତଡ଼ା ଖସି ରେଳ ଲାଇନରେ ପଡ଼ିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଟି ଅତଡ଼ା ଖସିବାରୁ ପଥର ଖଣ୍ଡ ବାଜି ରେଳ ଲାଇନ କଡ଼ରେ ଥିବା ଅନେକ ବିଜୁଳି ଖମ୍ବ ମଧ୍ୟ ଭାଙ୍ଗିଯାଇଛି । କୋରାପୁଟଠାରୁ ଜୟପୁର ଆଡ଼କୁ ଯାଇଥିବା ରେଳ ଲାଇନର ମାନାବାର ଓ ଜରଟି ରେଳଷ୍ଟେସନ ମଧ୍ୟରେ ଏପରି ଘଟଣା ଘଟିଛି । ଘଟଣାସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଆଜି ପାହାନ୍ତ ସମୟରେ ପାହଡରୁ ମାଟି ଅତଡ଼ା ଖସିବା ପରେ ରେଳ ଲାଇନଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଫଳରେ କୋରାପୁଟରୁ ଜଗଦଲପୁର ଯାଉଥିବା ସମସ୍ତ ଟ୍ରେନକୁ ଆଜି ସକାଳୁ କୋରାପୁଟ ଠାରେ ଅଟକାଇ ଦିଆଯାଇଛି । ରେଳ ମାର୍ଗକୁ ପରିଷ୍କାର କରାଯିବା ପରେ ରେଳ ଚଳାଚଳ କରିବ । ଏନେଇ ଖବର ପାଇ ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପହଞ୍ଚି ଥିବା ସୂଚନା ମିଳିଛି । ଗତ କିଛିଦିନ ପ୍ରବଳ ବର୍ଷା ଯୋଗୁଁ କୋରାପୁଟ ଓ ରାୟଗଡ଼ା ମଧ୍ୟରେ ଭୂସ୍ଖଳନ ଘଟିଥିଲା । ଯାହା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ରେଳ ଲାଇନରେ ଖସିଲା ପଥର, 6 ଘଣ୍ଟା ଅଟକିଲା ସମଲେଶ୍ଵରୀ ଏକ୍ସପ୍ରେସ
ଇଟିଭି ଭାରତ, କୋରାପୁଟ