ETV Bharat / state

ମଠର ସୁରକ୍ଷା ପାଇଁ ମହନ୍ତଙ୍କ ଧାରଣା ଚେତାବନୀ - PURI MATHA MAHANTA DEMAND

ମଠ ମହନ୍ତଙ୍କ ଦାବି ପୂରଣ କଲେନି ରାଜ୍ୟ ସରକାର । ଡିସେମ୍ବର ୨୭ରୁ ରାଜ୍ୟ ସରକାରଙ୍କ ବିରୋଧରେ ଶ୍ରୀମନ୍ଦିର ନିକଟରେ ଧାରଣା ଚେତାବନୀ ।

ମଠର ସୁରକ୍ଷା ପାଇଁ ମହନ୍ତଙ୍କ ଧାରଣା ଚେତାବନୀ
ମଠର ସୁରକ୍ଷା ପାଇଁ ମହନ୍ତଙ୍କ ଧାରଣା ଚେତାବନୀ (ETV Bharat Odisha)
author img

By ETV Bharat Odisha Team

Published : 11 hours ago

ପୁରୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଅଡ଼ୁଆରେ ମଠ । ପୁରୀ ସମସ୍ତ ମଠର ଭୂସମ୍ପତ୍ତି ଏବେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଚାଲିଯାଇଥିବାରୁ ମଠର ନିଜସ୍ୱ ସମ୍ପତ୍ତି ନାହିଁ । ଯେଉଥିପାଇଁ ଅଡ଼ୁଆରେ ମଠ ମହନ୍ତ । ବାରମ୍ବାର ଦାବି ସତ୍ତ୍ବେ ସରକାର ଏନେଇ କୌଣସି ପଦକ୍ଷେପ ନେଇନଥିବାରୁ ଡିସେମ୍ବର ୨୭ରୁ ଧାରଣାରେ ବସି ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି ମଠ ମହନ୍ତ ।

ବିଲୋପ ହୋଇଯିବ ମଠ ସଂସ୍କୃତି

ମଠର ସୁରକ୍ଷା ପାଇଁ ମହନ୍ତଙ୍କ ଧାରଣା ଚେତାବନୀ (ETV Bharat Odisha)
ଆଉ କିଛିଦିନ ଭିତରେ ଶ୍ରୀକ୍ଷେତ୍ରରୁ ମଠ ସଂସ୍କୃତି ସମ୍ପୂର୍ଣ୍ଣ ବିଲୋପ ହୋଇଯିବ । ଜଗନ୍ନାଥ ସଂସ୍କୃତି ମଧ୍ୟ ବିପଦରେ । ମଠ ବିଲୋପ ହୋଇଗଲେ ଜଗନ୍ନାଥ ସଂସ୍କୃତି ମଧ୍ୟ ବିଲୋପ ହୋଇଯିବ । ବିପଦରେ ଏବେ ସନାତନ ହିନ୍ଦୁ ଧର୍ମ । ଏଭଳି ଅଭିଯୋଗ ଆଣିଛନ୍ତି ଶ୍ରୀକ୍ଷେତ୍ରର ସବୁ ମଠର ମଠାଧିଶ ଓ ମହନ୍ତ । ସୁପ୍ରିମକୋର୍ଟଙ୍କ ଏକ ଆଦେଶନାମାରେ ପୁରୀରେ ଥିବା ସବୁ ମଠର ଭୂସମ୍ପତ୍ତି ଏବେ ଶ୍ରୀମନ୍ଦିର ପରିଚାଳନା କମିଟିର ହୋଇଯାଇଛି । ମଠ କୌଣସି ନିଜସ୍ଵ ଭୂ-ସମ୍ପତ୍ତି ନଥିବାରୁ ମଠ ଆୟ ମଧ୍ୟ କିଛି ନାହିଁ । ଫଳରେ ମଠ ପରିଚାଳନାରେ ବ୍ୟାପକ ବିଭ୍ରାଟ ସୃଷ୍ଟି ହୋଇଥିବା ବେଳେ ମହାପ୍ରଭୁଙ୍କୁ ସେବା ଯୋଗାଇ ଦେବାରେ ବିଭିନ୍ନ ମଠ ଏବେ ଅସମର୍ଥ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ନିର୍ଦ୍ଦେଶନାମାର ଫାଇଦା ଉଠାଇ ଅନେକ ଜମି ମାଫିଆ ଓ ଅସାମାଜିକ ବ୍ୟକ୍ତି ମଠର ଜମିକୁ ଜବରଦଖଲ କରି ବେଆଇନ ଭାବେ ବିକ୍ରି କରିଦେଲେଣି । ମଠ ନାମରେ କୌଣସି ରେକର୍ଡ ଜମି ନ ଥିବାରୁ ମଠ ମହନ୍ତମାନେ କୌଣସି ଆଇନଗତ ପଦକ୍ଷେପ ମଧ୍ୟ ନେଇପାରୁନଥିବା ଅଭିଯୋଗ କରିଛନ୍ତି ।
ପୁରୀ ମଠ ମହନ୍ତ
ପୁରୀ ମଠ ମହନ୍ତ (ETV Bharat Odisha)

ଧାରଣା ଦେବେ ମଠ ମହନ୍ତ
ପୂର୍ବ ଆଇନ ଭଳି ମଠ ସମ୍ପତ୍ତିକୁ ମଠ ନାମରେ କରିବାକୁ ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି । ଦାବି ପୂରଣ ନ ହେଲେ ଆଗାମୀ 27 ତାରିଖରୁ ଶ୍ରୀମନ୍ଦିର ନିକଟରେ ସବୁ ମଠ ମହନ୍ତ, ସାଧୁସନ୍ଥମାନେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ଦାବି ନ ପୂରଣ ହୁଏ ତେବେ ଆଗାମୀ ଦିନରେ ଶ୍ରୀକ୍ଷେତ୍ରରେ ଥିବା ସବୁ ମଠ ନିଜର ଅସ୍ତିତ୍ବ ହରାଇବ, ଯାହାଫଳରେ ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମ ପ୍ରତି ଘୋର ବିପଦ ସୃଷ୍ଟି ହେବ ବୋଲି କହିଛନ୍ତି ମଠ ମହନ୍ତ ।

ପୁରୀ ମଠ ମହନ୍ତ
ପୁରୀ ମଠ ମହନ୍ତ (ETV Bharat Odisha)

ଶ୍ରୀମନ୍ଦିର ନିକଟରେ ଥିବା ରାଧା ବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ କହିଛନ୍ତି, "ପୁରୀରେ ସବୁ ମଠର ଭୂ-ସମ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ହୋଇଯାଇଛି । ଯାହା ଫଳରେ ବହୁତ ଆଇନଗତ ବିବାଦ ସୃଷ୍ଟି ହୋଇଛି । ଶହ ଶହ ବର୍ଷ ଧରି ଯେଉଁ ମଠ ଗୁଡ଼ିକ ପ୍ରତିଷ୍ଠା କରାଯାଇଥିଲା ବିଭିନ୍ନ ଆଚାର୍ଯ୍ୟଙ୍କ ଦ୍ଵାରା ସେହି ମଠର ଭୂସମ୍ପତ୍ତି ଏବେ ଜବରଦଖଲକାରୀଙ୍କ କବଜାକୁ ଚାଲିଯାଇଛି । ଯେହେତୁ ମଠ ନାମରେ କୌଣସି ପଟ୍ଟା ନାହିଁ ତେଣୁ ଜବରଦଖଲକାରୀଙ୍କ ବିରୋଧରେ ମଠ ମହନ୍ତମାନେ କୌଣସି ଆଇନଗତ ପଦକ୍ଷେପ ନେଇ ପାରୁନାହାନ୍ତି । ମଠ ସମ୍ପତ୍ତି ମଠ ନାଁରେ କରିବା ପାଇଁ ଆମେ ପୁରୀ ଜିଲ୍ଲାପାଳଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛୁ । ଯଦି ରାଜ୍ୟ ସରକାର 7 ଦିନ ଭିତରେ ଦାବି ପୂରଣ ନ କରନ୍ତି, ପୁରୀରେ ଥିବା ସବୁ ମଠ ମହନ୍ତ, ସାଧୁସନ୍ଥ ଶ୍ରୀମନ୍ଦିର ନିକଟ ଏମାର ମଠ ଚକଡା଼ରେ ଧାରଣାରେ ବସିବୁ ।"

ଶ୍ରୀମନ୍ଦିର ଉତ୍ତର ଦ୍ଵାର ସମ୍ମୁଖରେ ଥିବା ଉତ୍ତର ପାର୍ଶ୍ଵ ମଠ ମହନ୍ତ ନାରାୟଣ ରାମାନୁଜ ଦାଶ ନିଜ କହିଛନ୍ତି, "ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଶ୍ରୀକ୍ଷେତ୍ରରେ ଥିବା ମଠଗୁଡ଼ିକର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହାପ୍ରଭୁଙ୍କ ସେବାରେ ସଦା ସର୍ବଦା ମଠଗୁଡ଼ିକ ଜଡ଼ିତ । ମହାପ୍ରଭୁଙ୍କ ଚାମର ସେବା, ଆଲଟ ସେବା, ଟାହିଆ ସେବା, ସିଂହାସନ ମାର୍ଜନା, ଫୁଲୁରି ତେଲ ସେବା, ଏମିତି ଅନେକ ପ୍ରକାର ସେବା ଅଦ୍ୟାବଧି କରିଆସୁଛନ୍ତି । ସେ ସବୁ ସେବା ବର୍ତ୍ତମାନ ବିଜେ ସ୍ଥଳୀ ନ ରହିଲେ ସବୁ ଧ୍ଵଂସ ହୋଇଯିବ । ଶ୍ରୀକ୍ଷେତ୍ରରେ ଥିବା ମଠ ଗୁଡ଼ିକ ବାର ଶହ ଓ ତେର ଶହ ମସିହାରୁ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ରାଜା ଜମିଦାରମାନେ ମଠ ପାଇଁ ଅନେକ ଭୂ-ସମ୍ପତ୍ତି ଦେଇ ସମୃଦ୍ଧ କରିଥିଲେ ।’

ପୁରୀ ମଠ ମହନ୍ତ
ପୁରୀ ମଠ ମହନ୍ତ (ETV Bharat Odisha)

ସେ ଆହୁରି କହିଛନ୍ତି, ‘ମଠ ଗୁଡ଼ିକରେ ବେଦ, ପୁରାଣ, ବିଭିନ୍ନ ଶାସ୍ତ୍ର ପଠନ କରାଯାଇ ହିନ୍ଦୁ ଧର୍ମକୁ ସୁରକ୍ଷିତ ରଖାଯାଇଥିଲା । ତେବେ ମଠ ଏବେ ବିଲୁପ୍ତ ହେବାକୁ ବସିଥିବା ବେଳେ ହିନ୍ଦୁ ଧର୍ମ ସୁରକ୍ଷା କରିବା ନେଇ ବିଭିନ୍ନ ସମସ୍ୟା ଦେଖା ଦେଇଛି । ପୂର୍ବ ଆଇନ ପରିବର୍ତ୍ତନ ହେବା ଫଳରେ ମଠ ଗୁଡ଼ିକର ସମ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ହୋଇଯାଇଛି । ମଠର ନିଜସ୍ଵ କିଛି ସମ୍ପତ୍ତି ନଥିବାରୁ ମଠ ଗୁଡ଼ିକ ମଧ୍ୟ ଆଗାମୀ ଦିନରେ ସତ୍ତା ହରାଇବେ । ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ମଠ ଗୁଡ଼ିକ ନିଜସ୍ବ ଜମି ପଟ୍ଟା ପାଇବେ ବୋଲି ଆଶା ରଖିଥିଲୁ । ହେଲେ ଦାବି ପୂରଣ ନ ହେବାରୁ ଶ୍ରୀକ୍ଷେତ୍ରରେ ଥିବା ସବୁ ମଠାଧୀଶମାନେ ଆଗାମୀ 27 ତାରିଖରେ ଶ୍ରୀମନ୍ଦିର ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ଦେବେ। ଧର୍ମକୁ ରକ୍ଷା କରାଯାଉ ବୋଲି ଆମେ ସରକାରଙ୍କୁ ବାର୍ତ୍ତା ଦେବୁ ।"

ମଠ ମହନ୍ତଙ୍କୁ ସମର୍ଥନ ଦେଲେ ଶ୍ରୀମନ୍ଦିର ସେବାୟତ

ପୁରୀ ମଠ ମହନ୍ତ
ପୁରୀ ମଠ ମହନ୍ତ (ETV Bharat Odisha)
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, "ଯେଉଁ ମଠ ଶ୍ରୀମନ୍ଦିର ନୀତିକାନ୍ତିରେ ସମ୍ପୃକ୍ତ ଅଛନ୍ତି ସେହି ମଠର ଉନ୍ନତି ପ୍ରତି ସରକାର ଧ୍ୟାନ ଦିଅନ୍ତୁ । ଯେହେତୁ ମଠର ସମ୍ପତ୍ତି ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ହୋଇ ଯାଇଛି ମଠଗୁଡ଼ିକୁ ସରକାର ସ୍ବତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ କରନ୍ତୁ । ଯେଉଁ ବିଦ୍ୟାର୍ଥୀମାନେ ମଠରେ ରହି ବିଭିନ୍ନ ଧାର୍ମିକ ଶିକ୍ଷା ନେଉଥିଲେ ତାହା ସେମାନେ ନେଇ ପାରୁନାହାନ୍ତି । ମଠଗୁଡ଼ିକ ମଧ୍ୟ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଓ ସେବା କରିପାରୁନାହାନ୍ତି । ଯେହେତୁ ମଠର ଆଉ ନିଜସ୍ଵ ଭୂ-ସମ୍ପତ୍ତି ନାହିଁ, ଆୟ ର ବାଟ ନାହିଁ ଆର୍ଥିକ ସଙ୍କଟରେ ମଠ ଗୁଡ଼ିକ ଗତି କରୁଛନ୍ତି । ଏହା ଫଳରେ ମଠ ସଂସ୍କୃତି ବିଲୋପ ହେବାର ଆଶଙ୍କା ସୃଷ୍ଟି ରହିଛି । ଏଣୁ ମଠର ସମସ୍ୟା ସରକାର ଶୀଘ୍ର ଦୂର କରିବା ଉଚିତ୍ ।"ଆଇନ ଅନୁଯାୟୀ ମଠ ଗୁଡ଼ିକର ସମସ୍ୟା ସମାଧାନ ହେବପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ଶ୍ରୀକ୍ଷେତ୍ରରେ ଥିବା ମଠଗୁଡ଼ିକ ଶ୍ରୀମନ୍ଦିରର ଅଭିନ୍ନ ଅଙ୍ଗ। ମଠ ଗୁଡ଼ିକର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମଠାଧୀଶମାନେ ସେମାନଙ୍କ ଦାବି ଜଣାଇଛନ୍ତି । ତେବେ ତାଙ୍କର ଯାହା ଦାବି ଯଥାର୍ଥ ଥିବ ଓ ପ୍ରଶାସନିକ ପରିଧିରେ ଆସୁଥିବ ତାହା ଆଲୋଚନା କରାଯାଇ ସହଯୋଗ ଯୋଗାଇ ଦିଆଯିବ । ତେବେ ଯଦି ମଠର କିଛି ଅଂଶ ଯଦି ଜବର ଦଖଲ ହୋଇଥାଏ ତାହାକୁ ମୁକ୍ତ କରିବାକୁ ସହାୟତା ପ୍ରଦାନ କରାଯିବ । ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଥିବା ବିଭିନ୍ନ ମଠ ଉନ୍ନତି କରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି । ଆଉ ଯାହା କିଛି କାର୍ଯ୍ୟ ଅଛି ତାହା ମଠ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ଶୀଘ୍ର କାର୍ଯ୍ୟ ଶେଷ କରାଯିବ।"

ଏହାମଧ୍ୟ ପଢନ୍ତୁ...

୮ ହଜାରରୁ ଉର୍ଦ୍ଧ୍ୱ ମଠ ଓ ମନ୍ଦିରର ହେବ ଉନ୍ନତି, ସ୍ଵାଗତ କଲେ ମଠାଧୀଶ

ଓଡ଼ିଶା ସରକାରଙ୍କ 'ଦେବାଳୟ ପ୍ରକଳ୍ପ', ମଠ-ମନ୍ଦିର ସୁରକ୍ଷା ଓ ସଂସ୍କୃତି ବିକାଶ କରିବ ନୂଆ ଯୋଜନା

ଜଗନ୍ନାଥଙ୍କ ସେବାରେ ମଠ ସଂସ୍କୃତି, ଜାଣନ୍ତୁ ରଥଯାତ୍ରା-ବାହୁଡାଯାତ୍ରାରେ କେଉଁ ମଠର କଣ ସେବା ? - PURI MATHA CULTURE

ମହାପ୍ରଭୁଙ୍କ ଜମି ଜାଲିଆତିରେ ବିକ୍ରି ଅଭିଯୋଗରେ 6 ଗିରଫ

ଅନ୍ୟପଟେ ପୁରୀ ମାଟିତୋଟା ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜାଲିଆତି କରି ବିକ୍ରି ଅଭିଯୋଗରେ ୬ ଜଣ ଅଭିଯୁକ୍ତକୁ ପୁରୀ ବାସେଳି ସାହି ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ପୁରୀ ଜିଲ୍ଲାପାଳ କହିଛନ୍ତି," ଯିଏ ମହାପ୍ରଭୁଙ୍କ ନାଁରେ ଜମି ଜାଲିଆତି କରି ବିକ୍ରି କରୁଥିବ ଜଣାପଡିବ ସେମାନଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।‌

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.