ମେଷ: ଆଜି ପାଇଁ ଆପଣଙ୍କ ଦିନ ଅତ୍ୟନ୍ତ କଳ୍ପନାତ୍ମକ, ସୃଜନଶୀଳ, ପ୍ରୋତ୍ସାହକ ଏବଂ ଆଧୁନିକ କଳାରେ ଭରପୁର ରହିବ । ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଭାଗ୍ୟ କଳ୍ପନା ଦୂନିଆଁରେ ଘୁରିବ ଏବଂ ଆପଣଙ୍କ ସୃଜନଶୀଳତା ଏବଂ କ୍ରମ ଉନ୍ନତି କରିବା ଗୁଣରେ ଆପଣଙ୍କର ବିଶ୍ୱାସ ମଜଭୂତ ହେବ । ଆଜି, ଗ୍ରହ ମାନଙ୍କର ପ୍ରଭାବରୁ ଆପଣ ସାହିତ୍ୟ, କଳା ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ।
ବୃଷ: ଆଜି, ଆପଣଙ୍କ କଥା ବାର୍ତ୍ତା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଉଛି । ପରିବେଶ ରାଗରେ ଭରପୁର ରହିବ । ଆପଣଙ୍କ ଚାରିପଟେ ଥିବା ଲୋକମାନେ ସାଧାରଣ ଅପେକ୍ଷା ଅଧିକ ବିରକ୍ତି ମନୋଭାବରେ ରହିବେ । ଶାନ୍ତ ରହିବା ହିଁ ଆପଣଙ୍କ ପାଇଁ ଉତ୍ତମ ରହିବ । ଜଳାଶୟ ଗୁଡିକରୁ ଦୂରରେ ରହନ୍ତୁ, ଯେହେତୁ ଆପଣଙ୍କର ମନ ଆଜି ଏତେ ସତର୍କ ନାହିଁ ।
ମିଥୁନ: ଆଜିର ନିରବତାର ଆନନ୍ଦ ନିଅନ୍ତୁ ଏବଂ ଶାନ୍ତ ଭାବରେ ବିତିଯିବାକୁ ଦିଅନ୍ତୁ । ଆପଣଙ୍କ ଭାଇମାନଙ୍କ ସହିତ ଭଲ ସଂପର୍କ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କ ପ୍ରିୟଜନଙ୍କ ସହିତ ଏହି ସନ୍ଧ୍ୟା ଅତି ଆନନ୍ଦ ଏବଂ ହସଖୁସିରେ କଟିବ । ଅବଶ୍ୟ ଦିନର ଦ୍ୱିତୀୟ ଭାବରେ ନକ୍ଷତ୍ର ଆପଣଙ୍କ ପାଇଁ ଅନୁକୂଳ ନୁହନ୍ତି, ଫଳରେ ଆପଣ ଅତ୍ୟଧିକ ସମ୍ବେଦନଶୀଳ ହେବେ, ବିରକ୍ତିଭାବ ଏବଂ ବିରୋଧୀ ମନୋଭାବ ଆପଣଙ୍କୁ ଘେରି ରହିବ ।
କର୍କଟ: ଏହି ଦିନ ଆପଣଙ୍କ ପାଇଁ ଅନେକ ଗଚ୍ଛିତ କରି ରଖିଛି ଯେହେତୁ ବନ୍ଧୁମାନଙ୍କ ସହିତ ଆପଣ ଏକ ଆଶ୍ଚର୍ଯ୍ୟଜନକ ସମୟ ବିତାଇବେ । ଆପଣଙ୍କ ମିଠା ଭାଷା ଜଟିଳ ସମସ୍ୟାକୁ ମଧ୍ୟ ସିଧା ଏବଂ ସରଳ କରିଦେବ । ସନ୍ଧ୍ୟାରେ ଏକ ଅବକାଶ ଯାତ୍ରା ହେବାର ସମ୍ଭାବନା ରହିଛି । ଆପଣଙ୍କ ଏକ ସହକର୍ମୀଙ୍କ ସହିତ ଆପଣ ଅତ୍ୟନ୍ତ ନିକଟତର ହେବାର ଆନନ୍ଦ ନେବେ । ଆପଣ କରିଥିବା ପ୍ରଚେଷ୍ଟା ଅନୁସାରେ ପ୍ରାପ୍ତ ହୋଇଥିବା ଫଳରେ ଆପଣ ଅସନ୍ତୁଷ୍ଟ ରହିବେ । ଫଳରେ ଆପଣ ରାଗି ପାରନ୍ତି । କିନ୍ତୁ ଦିନର ଦ୍ବିତୀୟାର୍ଦ୍ଧରେ ଆପଣଙ୍କୁ ଖୁସି ଖବର ମିଳିବ ।
ସିଂହ: ଆଜିର ଦିନ ହେଉଛି ଧ୍ୟାନ କେନ୍ଦ୍ରିଭୂତ କରିବା ଏବଂ ଦୃଢ ଇଚ୍ଛାଶକ୍ତି ପ୍ରଦର୍ଶନ କରିବାର ଦିନ । ଘରର ପରିବେଶ ଶାନ୍ତ ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହିବ । ବିବାହିତ ଦମ୍ପତି ମାନେ ବିବାହିତ ଜୀବନର ଆନନ୍ଦ ନେବେ । ପରିବାରରେ ଥିବା ବରିଷ୍ଠ ବ୍ୟକ୍ତି ଆପଣଙ୍କ ପାଇଁ ଉପକାରୀ ହେବେ । ବିଳାସ ଏବଂ ଆରାମ ପାଇଁ ଆପଣ ନିଜ ଆୟର କିଛି ଅଂଶ ଖର୍ଚ୍ଚ କରିପାରନ୍ତି । ଅବଶ୍ୟ ନିଶ୍ଚିତ କରନ୍ତୁ ଯେ ଆପଣ ଅତ୍ୟଧିକ ଖର୍ଚ୍ଚ କରିବେ ନାହିଁ ।
କନ୍ୟା: ଆଜି ଆପଣ ଅଧିକ ଭାବ ପ୍ରବଣ ଏବଂ ସମ୍ବେଦନଶୀଳ ଅଛନ୍ତି । ଆପଣ ସହଜରେ ପ୍ରଭାବିତ ନ ହେବାକୁ ପରାମର୍ଶ ଦିଆହେଉଛି । କଳହ କିମ୍ୱା ବିବାଦକୁ ଏଡାଇବା ଆପଣଙ୍କ ପାଇଁ ଭଲ ହେବ । କୌଣସି କଟୁ କଥା କହିବା ପୁର୍ବରୁ ଦୁଇଥର ଚିନ୍ତା କରନ୍ତୁ ନଚେତ୍ ଆପଣଙ୍କ ପ୍ରିୟଜନମାନେ ଆପଣଙ୍କ ପ୍ରତି ନାରାଜ ହୋଇପାରନ୍ତି । ଆପଣଙ୍କ ଆର୍ଥିକ ସମସ୍ୟା ବିପଦରେ ପଡିପାରେ । ନିଜ କଟୁ କଥା ପାଇଁ ସମାଲୋଚିତ ହୋଇପାରନ୍ତି । ଭଲ ସମ୍ପର୍କ ନଥିବା ବନ୍ଧୁମାନଙ୍କ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ ।
ତୁଳା: ନକ୍ଷତ୍ର ଆଜି ଆପଣଙ୍କ ପାଇଁ ଅନୁକୂଳ ନୁହନ୍ତି, ତେଣୁ ଦିନଟି ବଡ କଷ୍ଟରେ କଟିବ । ନିଜକୁ ଶାନ୍ତ ରଖନ୍ତୁ ଏବଂ ସାମାଜିକ ମିଳାମିଶା କରିବା ଏଡାନ୍ତୁ । ଏକ ନୂଆ କାର୍ଯ୍ୟ ଆଜି ଆରମ୍ଭ କରିବା ଏକ ଭଲ ଚିନ୍ତାଧାରା ହେବ ନାହିଁ । ଆପଣଙ୍କ ମନ ବ୍ୟସ୍ତତାରେ ଘୁରି ବୁଲିବ ଏବଂ ଆପଣଙ୍କ ଏକାଗ୍ରତା ରହିବ ନାହିଁ । ଏକ ସମୟରେ ଆପଣଙ୍କ ଉପରେ ଷ୍ଟ୍ରେସ୍ ବଢିଯିବ ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ ।
ବିଛା: ନ ହେବା କାମ ମଧ୍ୟ ହୋଇଯିବ । ନୂଆ ପ୍ରକଳ୍ପ ଆସିବାର ଅଛି, ସମୟ ସୀମା ପୂରଣ କରିବା ଏବଂ କାର୍ଯ୍ୟରେ ସଫଳତା ଆଜି ଅତି ସହଜ ହେବ । ପ୍ରଶଂସାରେ ବୁଡି ରହିବା ପାଇଁ ପ୍ରସ୍ତୁତ ହୋଇ ରହନ୍ତୁ । ଜମି ଏବଂ ଘର ଭଳି ଅଚଳ ସମ୍ପତ୍ତି କାରବାରକୁ ଅନ୍ତିମ ରୂପ ଦେବା ପାଇଁ ଆଜି ହେଉଛି ଏକ ଶୁଭ ଦିନ । ସାମାଜିକ ଖ୍ୟାତି ଏବଂ ପଦନ୍ନୋତି ମଧ୍ୟ ମିଳିପାରେ । ଆପଣଙ୍କ ପିଲାମାନେ ସେମାନଙ୍କର ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ଅତିକ୍ରମ କରିବେ ।
ଧନୁ: ଆଜି ଦିନସାରା ଆପଣଙ୍କ ପାଇଁ କଷ୍ଟକର ରହିବ । ଅବଶ୍ୟ ଧାର୍ମିକ ଯାତ୍ରା କିମ୍ୱା ଧାର୍ମିକ କାର୍ଯ୍ୟ କିଛି ପରିମାଣରେ ସେହି କଷ୍ଟ ଉପଶମ କରିବ । ଶାରିରୀକ ଭାବରେ ଆପଣ ଦୁର୍ବଳ ଏବଂ କ୍ଷୀଣ ଅନୁଭବ କରିବେ, କାର୍ଯ୍ୟରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିପାରିବେ ନାହିଁ, ତେଣୁ ସହ କର୍ମୀଙ୍କ ସହିତ ମତଭେଦ ସୃଷ୍ଟି ହେବ । ଅବଶ୍ୟ, ଦିନର ଦ୍ୱିତୀୟ ଭାବରେ ପରିସ୍ଥିତିରେ ଉନ୍ନତି ହୋଇପାରେ ଏବଂ ଆପଣ ଆଶା କରୁଥିବା ଫଳାଫଳ ପାଇ ପାରନ୍ତି ।
ମକର: ଆକ୍ରମଣାତ୍ମକ ହେବା ଆପଣଙ୍କୁ କୌଣସି ମତେ ସାହାଯ୍ୟ କରିବ ନାହିଁ । ଲମ୍ୱା ଆଲୋଚନା କରନ୍ତୁ ନାହିଁ, ଶାନ୍ତ ରହନ୍ତୁ ଏବଂ ଯେତେବେଳେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ । ଆକସ୍ମିକ ଖର୍ଚ୍ଚ ହୋଇପାରେ, କାରଣ ଆପଣଙ୍କର କୌଣସି ପ୍ରିୟଜନ ଗୁରୁତର ରୋଗରେ ପୀଡିତ ହୋଇପାରନ୍ତି । ଆର୍ଥିକ ସମସ୍ୟା ଦେଖା ଦେଇପାରେ । ଧାର କରଜ ଠାରୁ ଦୂରତା ରଖନ୍ତୁ । ପେଟ ଜନିତ ସମସ୍ୟା ଦେଖା ଦେଇପାରେ ।
କୁମ୍ଭ: ଆପଣଙ୍କ ବ୍ୟବସାୟ ପାର୍ଟନର ଏବଂ କଷ୍ଟମରଙ୍କ ସହିତ ସନ୍ତୋଷଜନକ ଏବଂ ରାଜିନାମା ଆଧାରରେ କାରବାର କରନ୍ତୁ, ତାହା ଆପଣଙ୍କ ପାଇଁ ଲାଭ ଦାୟକ ହେବ । ସହକର୍ମୀଙ୍କ ସହିତ ଆଲୋଚନା ଏଡାନ୍ତୁ, ଏହା ତାଙ୍କ ସହିତ ଥିବା ଭଲ ସଂପର୍କ ନଷ୍ଟ କରିଦେଇପାରେ । ଅନେକ ଚେଷ୍ଟା କରିବା ସତ୍ତ୍ୱେ ଆପଣଙ୍କ କାର୍ଯ୍ୟରେ ଆପଣ ଆଶା ଅନୁସାରେ ଫଳ ପାଇବେ ନାହିଁ । ଘରର ପରିବେଶ ନିରବ ଏବଂ ଶାନ୍ତ ରହିବ ।
ମୀନ: ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଭଲ ସଂପର୍କ ରହିବ, କିନ୍ତୁ ଆପଣଙ୍କ ପାର୍ଟନର ସହ ସାମାନ୍ୟ ଯୁକ୍ତିତର୍କ ହୋଇପାରେ, ଫଳରେ ଦିନର ଅବଶିଷ୍ଟ ସମୟ ଆପଣ ହତାସ ରହିପାରନ୍ତି । କେତେକଙ୍କ ପାଇଁ, ତାଙ୍କର ପାର୍ଟନର୍ଙ୍କ ସ୍ୱାସ୍ଥ୍ୟ ବ୍ୟସ୍ଥତାର କାରଣ ହୋଇପାରେ । ଆର୍ଥିକ ସ୍ଥିତି ମଜବୁତ ହେବାକୁ ଯାଉଛି । ଆର୍ଥିକ ସଂକଟ ମଧ୍ୟ ଦୂର ହେବ । ବ୍ୟବସାୟୀଙ୍କ ପାଇଁ ଲାଭର ଦିନ ହେବାକୁ ଯାଉଛି । ବିଦ୍ୟାର୍ଥୀ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ ।