ETV Bharat / state

ଜଗତସିଂହପୁରରେ ଉପ-ମୁଖ୍ୟମନ୍ତ୍ରୀଙ୍କ ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା - K V SINGHDEO JAGATSINGHPUR VISIT

ଜଗତସିଂହପୁରରେ ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ଖୁବଶୀଘ୍ର ଚାଷୀ କ୍ଷତିପୂରଣ ପାଇବା ନେଇ ପ୍ରତିଶ୍ରୁତି

K V Singhdeo Jagatsinghpur visit
K V Singhdeo Jagatsinghpur visit (ETV Bharat Odisha)
author img

By ETV Bharat Odisha Team

Published : Dec 29, 2024, 11:07 PM IST

ଜଗତସିଂହପୁର: ବର୍ଷାଜନିତ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାରୁ ଜିଲ୍ଲା ଗସ୍ତ କରୁଛନ୍ତି ମୋହନ ଟିମ୍‌ । ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜଗତସିଂହପୁର ଗସ୍ତ କରି କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବା ସହ ବର୍ଷାଜନିତ କ୍ଷୟକ୍ଷତି ଆକଳନ କରିଛନ୍ତି ।

ଜଗତସିଂହପୁରରେ ଉପ-ମୁଖ୍ୟମନ୍ତ୍ରୀ

ଜିଲ୍ଲାର ତିର୍ତ୍ତୋଲ ବ୍ଲକର ଜଡତିରା ଗ୍ରାମ ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କରିଥିଲେ ଉପମୁଖ୍ୟମନ୍ତ୍ରୀ । ପରେ କୁଜଙ୍ଗ ବ୍ଲକର ସମ୍ମିଳନୀ କକ୍ଷରେ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି," ଆଜିର ସରକାର ଚାଷୀର ସରକାର। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଡି.ବି.ଟି ଜରିଆରେ ଉଭୟ ଵୀମା କରିଥିବା ଓ ବୀମା କରିନଥିବା ଚାଷୀଙ୍କୁ କ୍ଷତି ପୂରଣ ଦିଆଯିବ । ଏଥିପାଇଁ ସମସ୍ତ ବୀମା କମ୍ପାନୀମାନଙ୍କ ସହ ଆଲୋଚନା କରାଯାଇଛି ।

K V Singhdeo Jagatsinghpur visit (ETV Bharat Odisha)

'୧୪୪୪୭କୁ କଲ କରି ପଞ୍ଜୀକରଣ କରନ୍ତୁ ଚାଷୀ'

କ୍ଷତିଗ୍ରସ୍ତ ଚାଷୀମାନେ ୧୪୪୪୭କୁ କଲ କରି ପଞ୍ଜୀକରଣ କରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଆଉମଧ୍ୟ ଯେଉଁ ଚାଷୀଙ୍କର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ସେମାନେ ନିଜର ମୋବାଇଲ ମାଧ୍ୟମରେ ଜମି ଉପରେ ଛିଡା ହୋଇ ଜିଓ ଟ୍ୟାଗ୍‌ କରି ଫୋଟୋ ପଠାଇବାକୁ କହିଛନ୍ତି ।

K V Singhdeo Jagatsinghpur visit
K V Singhdeo Jagatsinghpur visit (ETV Bharat Odisha)

'ସରକାର ସବୁବେଳେ ଲୋକଙ୍କ ପାଖରେ ଅଛନ୍ତି'

ବୈଠକରେ ଯୋଗ ଦେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି," ସରକାର ସବୁବେଳେ ଲୋକଙ୍କ ପାଖରେ ଅଛନ୍ତି । ରାଜ୍ୟ ସରକାରଙ୍କ ପୁରା ଟିମ୍ ଲୋକଙ୍କ ସେବାରେ ଲାଗିଛନ୍ତି । ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ କାଲି ସୁଦ୍ଧା ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ ।

ଏହାମଧ୍ୟ ପଢନ୍ତୁ...

ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନୟାଗଡ ଓ ଗଜପତିରେ ପରଖିଲେ ଫସଲ କ୍ଷୟକ୍ଷତି

ବର୍ଷା କ୍ଷତିଗ୍ରସ୍ତ ଚାଷ ଜମି ବୁଲିଲେ ମନ୍ତ୍ରୀ, ପ୍ରଶାସନର କ୍ଷୟକ୍ଷତି ରିପୋର୍ଟକୁ ଅସ୍ବୀକାର କଲା ବିଜେଡି

କ୍ଷେତ ବୁଲି ଫସଲ କ୍ଷୟକ୍ଷତି ଅନୁଧ୍ୟାନ କଲେ ଉପ-ମୁଖ୍ୟମନ୍ତ୍ରୀ

ଜଗତସିଂହପୁରରେ ୨୦ହଜାର ଛୁଇଁବ କ୍ଷତିଗ୍ରସ୍ତ ଚାଷୀଙ୍କ ସଂଖ୍ୟା

ଏହି ବୈଠକରେ ଜିଲ୍ଲାପାଳ ଜେ.ସୋନାଲ ମନ୍ତ୍ରୀଙ୍କୁ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୪ ହଜାର ୫୦୦ ଜଣ ପଞ୍ଜୀକରଣ କରି ସାରିଛନ୍ତି । କାଲି ସୁଦ୍ଧା ଏହା ୨୦ହଜାରରେ ପହଞ୍ଚିବ ବୋଲି ଜିଲ୍ଲାପାଳ କହିଥିଲେ । ୮ଟି ବ୍ଲକରେ କ୍ଷୟକ୍ଷତିର ରିପୋର୍ଟ ଆସନ୍ତାକାଲି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ।

ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେରା, କୁଜଙ୍ଗ ବି ଡି ଓ ଦୀପକ ପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

crop damage review meeting
crop damage review meeting (ETV Bharat Odisha)

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.