ହାଇଦ୍ରାବାଦ: ଆଥର୍ ଏନର୍ଜି ଖୁବଶୀଘ୍ର ଏହାର 450 ସିରିଜକୁ ଅପଡେଟ୍ କରିବାକୁ ଯାଉଛି । କମ୍ପାନୀ ଘୋଷଣା କରିଛି ଯେ 2025 ଆଥର୍ 450 ଜାନୁଆରୀ 4, 2025ରେ ଲଞ୍ଚ ହେବ । ଯଦିଓ କମ୍ପାନୀ ଏହାର ଆଗାମୀ ଇ-ସ୍କୁଟରର କୌଣସି ଅପଗ୍ରେଡ୍ ବିଷୟରେ ସୂଚନା ଦେଇନାହିଁ । କିନ୍ତୁ ଏପରି କିଛି ସୂଚନା ଦେଇଛି ଯାହା ମାଧ୍ୟମରେ ଆଗାମୀ 2025 ଆଥର୍ 450 କେଉଁ ପ୍ରକାରର କିପରି ଗାଡ଼ି ହେବ ସେ ସମ୍ପର୍କରେ ଜଣାପଡ଼ିଛି ।
ଆଥର୍ ଏନର୍ଜି ଏହାର ନୂତନ 2025 ଆଥର୍ 450କୁ 'ମ୍ୟାଜିକ୍ ଟ୍ବିଷ୍ଟ' ଫିଚର ସହିତ ଲଞ୍ଚ କରିପାରେ । ଏହି ଫିଚର ପ୍ରଥମେ ଆଥର୍ 450 ଆପେକ୍ସରେ ପରିଚିତ ହୋଇଥିଲା । ମ୍ୟାଜିକ୍ ଟ୍ବିଷ୍ଟ୍ ଫିଚର ଚାଳକମାନଙ୍କୁ ବ୍ରେକ୍ ବ୍ୟବହାର କରିବା ପରିବର୍ତ୍ତେ ଥ୍ରଟଲ୍କୁ ମୋଡ଼ି ଦେଇ ସେମାନଙ୍କ ଇଲେକଟ୍ରିକ୍ ସ୍କୁଟରରେ ବ୍ରେକ୍ ଲଗାଇବାକୁ ଅନୁମତି ଦେଇଥାଏ । ଏହା ବ୍ୟତୀତ ଆରୋହୀମାନେ ଥ୍ରଟଲ୍ ବୁଲାଇ ଇ-ସ୍କୁଟରର ଗତିକୁ ବଢାଇବା, କମାଇବା କିମ୍ବା ପୂରା କମ କରିପାରିବେ ।
Ather 450 ଓ Ather Rizta ଦାମ ବୃଦ୍ଧି
ପୂର୍ବରୁ ଆଥର୍ ଏନର୍ଜି ଘୋଷଣା କରିଥିଲା ଯେ ଏହା ଜାନୁଆରୀ 1, 2025ରୁ ଏହାର ସମସ୍ତ ମଡେଲର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ଏହି କାରଣରୁ ଏପ୍ରିଲ 2024ରେ ଲଞ୍ଚ ହେବାକୁ ଥିବା କମ୍ପାନୀର ପ୍ରଥମ ପରିବାର-ଆଧାରିତ ଇଲେକଟ୍ରିକ୍ ସ୍କୁଟର Ather Rizta ମୂଲ୍ୟ ପ୍ରଥମ ଥର ପାଇଁ ବୃଦ୍ଧି ହେବାକୁ ଯାଉଛି । ରିପୋର୍ଟ ଅନୁସାରେ ଏହି ଇଲେକଟ୍ରିକ୍ ସ୍କୁଟରର ମୂଲ୍ୟ 5000ରୁ 6000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଆଥର୍ ରିଜଟା ପ୍ରାରମ୍ଭିକ ମୂଲ୍ୟରେ 1.09 ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍, ବେଙ୍ଗାଲୁରୁ)ରେ ଲଞ୍ଚ କରାଯାଇଥିଲା । ଯେତେବେଳେ କି ଆଥର୍ 450ର ମୂଲ୍ୟ 1.25 ଲକ୍ଷରୁ (ଏକ୍ସ-ଶୋ’ରୁମ୍, ବେଙ୍ଗାଲୁରୁ) ଆରମ୍ଭ ହୋଇଛି । ଏଭଳି ସ୍ଥିତିରେ ଆଥର୍ ପରେ 450 ସିରିଜ ଅପଡେଟ ହେବା ପରେ ଏହା ପୂର୍ବାପେକ୍ଷା ଅଧିକ ମହଙ୍ଗା ହୋଇପାରେ ।
Ather Energyର IPO
ଆଥର୍ ଏନର୍ଜି 2024ରେ IPO (ଇନିସିଆଲ୍ ପବ୍ଲିକ୍ ଅଫରିଂ) ପାଇଁ ଏକ ଅନୁରୋଧ କରିଥିଲା ଯାହାକୁ SEBI (ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ) ଦ୍ବାରା ଅନୁମତି ମିଳିଛି । SEBI ଅନ୍ୟ 6ଟି କମ୍ପାନୀର ପ୍ରସ୍ତାବ ସହିତ ଆଥର୍ର ପ୍ରସ୍ତାବକୁ ଅନୁମୋଦନ କରିଛି । ଆଥର୍ ଏନର୍ଜି ଦ୍ବାରା ପ୍ରସ୍ତାବିତ ଆଇପିଓରେ ନୂତନ ଇକ୍ବିଟି ସେୟାର ପ୍ରଦାନ କରାଯିବ ଯାହାର ମୂଲ୍ୟ 3,100 କୋଟି ଟଙ୍କା । ଏହା ସହିତ କମ୍ପାନୀର ପ୍ରମୋଟର ଏବଂ ନିବେଶକ ସେୟାର ହୋଲ୍ଡରଙ୍କ ମାଧ୍ୟମରେ 2.2 କୋଟି ଇକ୍ବିଟି ସେୟାର ବିକ୍ରି ପାଇଁ ଏକ 'ଅଫର ଫର୍ ସେଲ୍' ମଧ୍ୟ ହେବ ।