ETV Bharat / bharat

ବଢିଲା ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ର ଅବଧି - PMFBY

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ଯକ୍ଷତାରେ ବାଜିଲା କ୍ୟାବିନେଟ ମୋହର । ବର୍ଷ 2025-26 ପର୍ଯ୍ୟନ୍ତ ରହିବ କାର୍ଯ୍ୟକ୍ଷମ । 69 ହଜାର କୋଟିରେ ପହଞ୍ଚିବ ବ୍ୟୟବରାଦ ।

ବଢିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅବଧି
ବଢିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅବଧି (ETV Bharat odisha)
author img

By ETV Bharat Odisha Team

Published : Jan 1, 2025, 7:52 PM IST

ନୂଆଦିଲ୍ଲୀ: ବଢିଲା ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ (PMFBY) ସମେତ ଦୁଇଟି କେନ୍ଦ୍ରୀୟ ଫସଲ ବୀମା ଯୋଜନାର ଅବଧି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ଦୁଇ ଯୋଜନାକୁ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ଆର୍ଥିକ ବର୍ଷ 2025-26 ପାଇଁ ବୃଦ୍ଧି କରାଯିବା ପ୍ରସ୍ତାବରେ ମୋହର ଲାଗିଛି । ଏହା ମଧ୍ୟରେ ପାଣିପାଗ ଭିତ୍ତିକ ଫସଲ ବୀମା ଯୋଜନା (WBCIS) ମଧ୍ୟ ରହିଛି । ଏହି ଉଭୟ ଯୋଜନାରେ ବର୍ଷ 2021-22 ରୁ 2025-26 ପର୍ଯ୍ୟନ୍ତ ମୋଟ ବ୍ୟୟବରାଦ 69,515.71 କୋଟିକୁ ବୃଦ୍ଧି ପାଇବାକୁ ଯାଉଛି ।

  • କ୍ଲେମ୍‌ ସେଟେଲମେଣ୍ଟ ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ପାଇଁ 824.77 କୋଟି: ଅଶ୍ବିନୀ

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରେସମିଟରେ ଏହି ସୂଚନା ପ୍ରଦାନ କରିଛନ୍ତି । ଅଶ୍ବିନୀ କହିଛନ୍ତି,‘‘ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ବର୍ଷ 2025-26 ପର୍ଯ୍ୟନ୍ତ ଦେଶର କୃଷକମାନଙ୍କୁ ଅଣ-ପ୍ରତିରୋଧୀ ପ୍ରାକୃତିକ ବିପର୍ଯ୍ୟୟରୁ ଆର୍ଥିକ ସୁରକ୍ଷା ଦେବାରେ ବଡ ଭୂମିକା ନିର୍ବାହ କରିବାକୁ ଯାଉଛି । ଏହି ଉଭୟ କେନ୍ଦ୍ରୀୟ ବୀମା ଯୋଜନାର କାର୍ଯ୍ୟକାରିତା ପ୍ରକ୍ରିୟାର ପାରଦର୍ଶିତା ଓ ସ୍ବଚ୍ଛ୍ବତାକୁ ତ୍ବରାନ୍ବିତ କରିବା ପାଇଁ ଉନ୍ନତମାନର ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଅତିରିକ୍ତ ଭାବେ 824.77 କୋଟି ଟଙ୍କାର ‘ଫଣ୍ଡ ଫର ଇନୋଭେସନ ଆଣ୍ଡ ଟେକ୍ନୋଲୋଜି’ (FIAT) ଗଠନକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି । ଫଳରେ ଏହି ଯୋଜନାରେ ନଷ୍ଟ ହୋଇଥିବା ଫସଲର ସଠିକ୍‌ ମୂଲ୍ୟାୟନ, ବୀମା ରାଶି ସେଟେଲମେଣ୍ଟ ଓ ସହଳ ପ୍ରଦାନ ଆଦି ପ୍ରକ୍ରିୟା ପୂର୍ବାପେକ୍ଷା ସହଜରେ ହୋଇପାରିବ । ଉଭୟ ଯୋଜନାରେ ବର୍ଷ 2021-22 ରୁ 2024-25 ପର୍ଯ୍ୟନ୍ତ ମୋଟ ବ୍ୟୟବରାଦ ରାଶି 66,550 କୋଟି ଟଙ୍କା ଥିଲା । ଏବେ ଏକ ବର୍ଷ ବୃଦ୍ଧି ଫଳରେ ଏହି ରାଶି 69,515.71 କୋଟିକୁ ବୃଦ୍ଧି କରାଯାଇଛି ।’’

ଏହା ମଧ୍ୟ ପଢନ୍ତୁ:-

‘ବିକଶିତ ଓଡ଼ିଶାର’ ମୂଳପିଣ୍ଡ ହେବ ‘ସୁଭଦ୍ରା’: ପ୍ରଭାତୀ ପରିଡା

‘BJP ମିଛ କହି କ୍ଷମତାକୁ ଆସିଛି’: ନବୀନଙ୍କ ମନ୍ତବ୍ୟକୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର

ପୁରୀ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ, ବାରିକେଡ୍‌ ଭାଙ୍ଗିଲେ ଶ୍ରଦ୍ଧାଳୁ

  • 2016ରେ କାର୍ଯ୍ୟକାରୀ କରିଥିଲେ ମୋଦି ସରକାର:-

2014 ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବାର 2 ବର୍ଷ ପରେ 2016 ରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) କାର୍ଯ୍ୟକାରୀ କରାଯାଇଥିଲା । ଏହା ଏକ କେନ୍ଦ୍ରୀୟ ବୀମା ତଥା କୃଷି କଲ୍ୟାଣ ଯୋଜନା । ଏହାର ଲକ୍ଷ୍ୟ ହେଉଛି ଚାଷୀଙ୍କୁ ସୁଲଭ ଫସଲ ବୀମା ପ୍ରଦାନ କରି ବିପର୍ଯ୍ୟୟ ସମୟରେ ସେମାନଙ୍କୁ ଆର୍ଥିକ ସଶକ୍ତ କରିବା । ଚାଷର ପ୍ରାରମ୍ଭିକ ପର୍ଯ୍ୟାୟରୁ ଅମଳ ପରବର୍ତ୍ତୀ ପର୍ଯ୍ୟାୟ ପର୍ଯ୍ୟନ୍ତ ସମସ୍ତ ଅଣ-ପ୍ରତିରୋଧୀ ପ୍ରାକୃତିକ ବିପଦରେ ଫସଲ ନଷ୍ଟ ହେଲେ ବୀମାଭୂକ୍ତ ଚାଷୀଙ୍କୁ କ୍ଷୟକ୍ଷତି ମୂଲ୍ୟ ପ୍ରଦାନ କରିବା ଏହି ବୀମା ଯୋଜନାର ଲକ୍ଷ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.