ହାଇଦ୍ରାବାଦ: ଟେକ୍ ଜାଏଣ୍ଟ ଗୁଗଲ ଭାରତରେ ଏହାର ନେତୃତ୍ବରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି । କମ୍ପାନୀ ପ୍ରୀତି ଲୋବାନାଙ୍କୁ ଗୁଗଲ୍ ଇଣ୍ଡିଆର ନୂତନ ମୁଖ୍ୟ ଭାବେ ନିଯୁକ୍ତ ଦେଇଛି । ସେ ଏସିଆ ପାସିଫିକ୍ ଅଞ୍ଚଳ ପାଇଁ ଗୁଗଲ୍ ସଭାପତି ପଦ ପାଇଁ ପଦୋନ୍ନତି ପାଇଥିବା ବେଳ ସଞ୍ଜୟ ଗୁପ୍ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ । ଲୋବାନାଙ୍କୁ ଗୁଗଲ ଇଣ୍ଡିଆର ଉପସଭାପତି ଭାବରେ ନିଯୁକ୍ତ କରାଯାଇଛି ଯାହାଦ୍ବାରା ସେ କମ୍ପାନୀର ବିଶ୍ବ ନେତୃତ୍ବରେ ଜଣେ ବିଶିଷ୍ଟ ବ୍ୟକ୍ତି ଭାବରେ ଚିହ୍ନିତ ହୋଇଛନ୍ତି ।
କିଏ ପ୍ରୀତି ଲୋବାନା ?
ଗୁଗଲ୍ ଇଣ୍ଡିଆର ନୂଆ ଉପସଭାପତି ପ୍ରୀତି ଲୋବାନା ଟେକ୍ନୋଲୋଜି ଏବଂ ଆର୍ଥିକ ଶିଳ୍ପରେ 30ବର୍ଷରୁ ଅଧିକ ଅଭିଜ୍ଞତା ହାସଲ କରିଛନ୍ତି । ସେ ନିଜର ନେତୃତ୍ବ ଏବଂ ପାରଦର୍ଶିତା ପ୍ରଦର୍ଶନ କରି ଗତ 8ବର୍ଷ ଧରି ଗୁଗଲର ଜଣେ ପ୍ରମୁଖ ସଦସ୍ୟ ରହିଆସିଛନ୍ତି । ଏହାସହ ସେ ଗୁଗଲର ଇଣ୍ଡିଆ ଅପରେସନ୍ସର ନେତୃତ୍ବ ନେବାକୁ ଯାଉଛନ୍ତି ଯାହାକି ବଜାରରେ କମ୍ପାନୀର ଅଭିବୃଦ୍ଧି ଏବଂ ନୂତନତ୍ବ ଉପରେ ବିଶେଷ ଧ୍ୟାନ ଦେଇଥାଏ ।
ପ୍ରୀତି ଲୋବାନାଙ୍କ ଶିକ୍ଷାଗତ ଯୋଗ୍ୟତା
ତାଙ୍କ ଶିକ୍ଷାଗତ ପୃଷ୍ଠଭୂମି ବିଷୟରେ ଆଲୋଚନା କଲେ ଲୋବାନା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ଅହମ୍ମଦାବାଦର ଏକ ପୂର୍ବତନ ଛାତ୍ରୀ । ଏହି ଶିକ୍ଷାନୁଷ୍ଠାନଟି ଭାରତର ଏକ ଜଣାଶୁଣା ତଥା ପ୍ରାଥମିକ ବିଜନେସ ସ୍କୁଲ ଅଟେ । ପ୍ରୀତିଙ୍କର ଏକାଡେମିକ୍ ପୃଷ୍ଠଭୂମି ତାଙ୍କୁ ବୃହତ ସଂସ୍ଥାଗୁଡ଼ିକରେ ପରିବର୍ତ୍ତନ ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତା କରିବାରେ ତାଙ୍କର କ୍ଷମତାକୁ ଆଲୋକିତ କରେ ।
ଏହା ବି ପଢନ୍ତୁ |
ଫୋକସରେ କୃତ୍ରିମ ବୁଦ୍ଧିମତା AI
ପ୍ରାଥମିକ ଭାବେ କମ୍ପାନୀର ଏଆଇକୁ କିପରି ସାରା ଦେଶରେ ବିସ୍ତାର କରାଯିବ ତାହା ଗୁଗଲ ଇଣ୍ଡିଆର ନୂଆ ମୁଖ୍ୟଙ୍କ ଫୋକସରେ ଅଛି । ଏହାସହିତ ସେ ଗୁଗଲର ଅନ୍ୟ ନୂଆ ଷ୍ଟ୍ରାଟେଜି ଉପରେ ନଜର ରଖିବେ, ଯାହାଦ୍ବାରା ଭାରତୀୟ ବଜାରରେ କମ୍ପାନୀର ଅଭିବୃଦ୍ଧି ସହିତ ପ୍ରଭାବ ମଧ୍ୟ ରହିବ । OpenAI ଅନେକ ନୂଆ ଫିଚର ଆଣି ଗୁଗଲ୍କୁ ଟକ୍କର ଦେଉଥିବାରୁ ଏହାକୁ ଡିଲ୍ କରିବା ପ୍ରୀତିଙ୍କ ଲାଗି ଆହ୍ବାନପୂର୍ଣ୍ଣ ରହିପାରେ ।
ପ୍ରୀତି ଲୋବାନାଙ୍କୁ ଐତିହାସିକ ନିଯୁକ୍ତି
ଗୁଗଲ୍ ଇଣ୍ଡିଆର ଉପସଭାପତି ଭାବେ ପ୍ରୀତି ଲୋବାନାଙ୍କ ନିଯୁକ୍ତି ଐତିହାସିକ, କାରଣ ସେ ମେଟାର ନେତୃତ୍ବ ନେବା ପରେ ପ୍ରମୁଖ ଟେକ୍ କମ୍ପାନୀର ନେତୃତ୍ବ ନେବାରେ ବିଶ୍ବ ସ୍ତରରେ ଦ୍ବିତୀୟ ମହିଳା ହୋଇପାରିଛନ୍ତି । ଏହା ନା ଯେ କେବଳ ମହିଳାଙ୍କ ଲାଗି ପ୍ରେରଣା, ବରଂ ଏହା ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମହିଳାଙ୍କ ଉପସ୍ଥିତି ଓ ନେତୃତ୍ବକୁ ଦର୍ଶାଇଥାଏ ।