‘ଲାଡେନ ପରି ଦାଢୀ ବଢାଇଛନ୍ତି ରାହୁଲ, ନୀତିଶ କୁମାର ଗଜନୀ’ - ଓସାମା ବିନ୍ ଲାଡେନ୍
🎬 Watch Now: Feature Video
ପାଟନା: ବିହାର ବିଜେପି ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀଙ୍କ ବିବାଦୀୟ ବୟାନ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲାଡେନ ସହ ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଗଜନୀ ସହ ତୁଳନା କରିଛନ୍ତି ସମ୍ରାଟ । ଏହି ବିବାଦୀୟ ବୟାନକୁ ନେଇ ଏବେ ବିହାର ରାଜନୀତି ସରଗରମ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଓସାମା ବିନ୍ ଲାଡେନ ସହ ତୁଳନା କରିଛନ୍ତି ବିଜେପି ନେତା। କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡନ୍ ଭଳି ଦାଢୀ ବଢାଇ ରାହୁଲ ପ୍ରଧାମନନ୍ତ୍ରୀ ମୋଦିଙ୍କ ଭଳି ହେବାକୁ ସ୍ବପ୍ନ ଦେଖୁଥିବା ସେ କହିଛନ୍ତି। ଅରରିୟାରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏଭଳି କିଛି କହି ରାହୁଲଙ୍କୁ କଟାକ୍ଷ କରିଛନ୍ତି ବିହାର ବିଜେପି ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ। ଏହାସହ ରାହୁଲଙ୍କୁ 50ବର୍ଷର ଶିଶୁ ବୋଲି କହି କଡା ସମାଲୋଚନା କରିଥନ୍ତି ସମ୍ରାଟ। ଯଦି ଜଣେ ବ୍ୟକ୍ତି 50 ବର୍ଷର ହୋଇ ସୁଦ୍ଧା ରାଜନୀତିର ଜ୍ଞାନ ନାହିଁ, ତେବେ ସେ ଶିଶୁ ସମାନ ବୋଲି ସେ କହିଛନ୍ତି।
ଖାଲି ସେତିକି ନୁହେଁ, ଆୟୋଜିତ ଜନସଭାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ସମ୍ରାଟ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅବସ୍ଥା ବର୍ତ୍ତମାନ ଅବିକଳ ଗଜନୀ ଫିଲ୍ମରେ ଅମିର ଖାନଙ୍କ ଚରିତ୍ର ଭଳି। ଅର୍ଥାତ୍ ନୀତିଶଙ୍କର ସର୍ଟ ଟର୍ମ ମେମୋରୀ ଲସ୍ ହୋଇଯାଇଛି। ବିରୋଧୀଙ୍କ ଏକତା ପାଇଁ ଯେତେ ପାର୍ଟିକୁ ସେ ଯୋଡି ମେଣ୍ଟ କରିବାରେ ଲାଗିଛନ୍ତି, ସେତିକି ଦାବିଦାର କେବଳ ପ୍ରଧାନମନ୍ତ୍ରୀ ଆସନ ପାଇଁ ରହିଛନ୍ତି। ତେବେ କ'ଣ ପ୍ରତି ବର୍ଷ 3 ମାସ ଲେଖାଏଁ ଜଣେ ଜଣେ ପ୍ରଧାନମନ୍ତ୍ରୀ ରହିବେ କି ବୋଲି ପ୍ରଶ୍ନ କରିବା ସବ ନୀତିଶଙ୍କ ମାନସିକ ସ୍ଥିତି ଠିକ ନଥିବା କହିଛନ୍ତି ବିଜେପିର ବିହାର ପ୍ରଦେଶ ଅଧ୍ୟକ୍ଷ।
ଏହାସହ ବିହାରରେ ବିଜେପି ସରକାର କ୍ଷମତାକୁ ଆସିଲେ ପ୍ରଥମେ ଲଭ୍ ଜିହାଦର ମୂଳପୋଚ୍ଛ ହେବ। ପ୍ରଥମ ଥର ଅରରିୟା ଗସ୍ତରେ ଲଭ୍ ଜିହାଦର ମୁଦ୍ଦା ଉଠାଇଛନ୍ତି ସମ୍ରାଟ। ଖାଲି ସେତିକି ନୁହେଁ, ଗୋହତ୍ୟାରେ ରୋକ୍ ଲଗାଇବା ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ଲଭ ଜିହାଦ୍ ଏବଂ ଗୋହତ୍ୟା ଭଳି ଘଟଣାରେ ସଂପୃକ୍ତି ଆସିଲେ ଅଭିଯୁକ୍ତଙ୍କୁ ତୁରନ୍ତ ଜେଲ ପଠାଯିବ। ବାଂଲାଦେଶୀ ଶରଣାର୍ଥୀ ବେଆଇନ ଭାବେ ଅନୁପ୍ରବେଶ କରିଛନ୍ତି ସେମାନଙ୍କୁ ବିହାର ତଥା ଭାରତରୁ ବିଦା କରାଯିବ ବୋଲି ସେ କହିଛନ୍ତି।
କର୍ପୁରୀ ଠାକୁରଙ୍କ ଠାରୁ ଆରମ୍ଭ କରି ଲାଲୁ ପ୍ରସାଦଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଜପାର ସମର୍ଥନରେ ହିଁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। 7 ଥର ବିଧାୟକ ହୋଇଥିବା ନୀତିଶଙ୍କର ମଧ୍ୟ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବା ପଛରେ ବିଜେପିର ଅବଦାନ ରହିଛି। ଭାଜପା ସରକାରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ମିଳିଛି। ଏପରି କିଛି କହି ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ସମ୍ରାଟ। ସେ କହିଛନ୍ତି ଯେ, 2014ରେ ୟୁପିଏ ସରକାର ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଠିକ୍ ସେହିପରି ହିଁ କରୁଥିଲେ ଯାହା ମ୍ୟାଡାମ କହୁଥିଲେ। କିନ୍ତୁ ଆଜି ସ୍ଥିତି ବଦଳିଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ମନୋବଳ ବଢାଇଛନ୍ତି।