୧୧ ନମ୍ବର ଜିଲ୍ଲା ପରିଷଦ ଜୋନ ଉପନିର୍ବାଚନ; ସରିଲା ମତଦାନ, 4ରେ ଭୋଟ ଗଣତି

By

Published : May 2, 2023, 10:26 PM IST

thumbnail

ପୁରୀ: ପୁରୀ ଜିଲ୍ଲା ଗୋପ ବ୍ଳକ୍ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ ସରିଛି ମତଦାନ । ୧୨୮ ଟି ବୁଥରେ ମତଦାନ ହୋଇଛି । ମୋଟ୍ ୯ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସକାଳ  8 ଟା ରୁ ମତଦାନ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା । ୧୨୮ ବୁଥ ରୁ ୬୪ ଟି ବୁଥ ସମ୍ବେଦନଶୀଳ ଥିବା ବେଳେ ୪ଟି ବୁଥ ଅତି ସମ୍ବେଦନଶୀଳ ରହିଥିଲା । ମତଦାନ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇ ଥିବା ବେଳେ ପୋଲିସ ପକ୍ଷରୁ ମତଦାନ କେନ୍ଦ୍ର ମାନଙ୍କରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ୧୧ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧମେନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ଏହି ଆସନ ପାଇଁ ଆଜି ଉପ ନିର୍ବାଚନ ଅନୁଷ୍ଠିତ ହୋଇଛି । ଆସନ୍ତା 4 ତାରିଖରେ ଭୋଟ ଗଣତି ଓ ଫଳ ପ୍ରକାଶ ହେବ । ପୁରୀ ଗୋପ ବ୍ଳକ୍ ପରିସରରେ ଭୋଟ ଗଣତି ହେବ।
ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.