thumbnail

By

Published : Jun 20, 2023, 9:07 PM IST

ETV Bharat / Videos

ମହାପ୍ରଭୁଙ୍କ ଘୋଷଯାତ୍ରା: ଘର୍ଘର ନାଦରେ ଆଗକୁ ଆଗକୁ ବଢ଼ି ଚାଲୁଛି ତିନି ରଥ

ପୁରୀ: କୋଟି ଓଡ଼ିଆଙ୍କ ମଉଡ଼ମଣି, ଅନନ୍ତ ବ୍ରହ୍ମଣ୍ଡର ନିୟନ୍ତା । ଓଡ଼ିଆଙ୍କ ଭାବ-ଅଭାବର ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ । ତାଙ୍କରି ଲୀଳାରେ ଛନ୍ଦି ହୋଇଛି ଭକ୍ତ । ଭାବ ବିନଦିଆ ସେ କାଳିଆ ସାଆନ୍ତ । ଆଜି ରତ୍ନ ସିଂହାସନରୁ ବାହାରି ଆସି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ । ବର୍ଷକର ଅପେକ୍ଷା ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । ଘଣ୍ଟଘଣ୍ଟା, ଶଙ୍ଖନାଦରେ କମ୍ପି ଉଠୁଛି ପୁରୀ ଶ୍ରୀକ୍ଷେତ୍ର । ଚକା ନୟନରେ ଭକ୍ତଙ୍କୁ କଣେଇ କଣେଇ ଚାହୁଁଛନ୍ତି ମହାପ୍ରଭୁ । ତାଙ୍କର ଏହି ଟିକିଏ ଝଲକ ପାଇବା ପାଇଁ ଭକ୍ତ ଟିଏ କାହିଁ କେତେ ଦୂରରୁ ଧାଇଁ ଆସିଛି । ଭକ୍ତଙ୍କ ମେଳିରେ ଘଡ଼ଘଡ଼ ନାର୍ଦରେ ଆଗକୁ ଆଗକୁ ବଢ଼ି ଚାଲୁଛି ତିନି ରଥ । ଭାବ ଦଉଡ଼ି ଟାଣିବାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଛି । ଆହାଃ.... କି ଅପୂର୍ବ ଦୃଶ୍ୟ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.