ବିଡ଼ିଓଙ୍କ ଅଣଦେଖା ଓ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଲେ ଜନପ୍ରତିନିଧି
🎬 Watch Now: Feature Video
Published : Jan 17, 2024, 12:24 PM IST
Public representatives lock up block office ନବରଙ୍ଗପୁର: ବିଡ଼ିଓଙ୍କ ଅଣଦେଖା ଓ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଲେ ନିର୍ବାଚିତ ଜନପ୍ରତିନିଧି । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ବିଡିଓଙ୍କ ବିରୋଧରେ ଜନପ୍ରତିନିଧିମାନଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ନିର୍ବାଚିତ ପ୍ରତିନିଧିମାନଙ୍କୁ ବିଡିଓ ଅଣଦେଖା କରୁଥିବା ତଥା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବାବଦରେ ସେମାନଙ୍କୁ ନ ଜଣାଇ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଜନପ୍ରତିନିଧି ।
ଏହାମଧ୍ୟ ପଢନ୍ତୁ.. କଣାସରେ ଅର୍ପଣ ରଥକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା
ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ବଦଳି ଦାବିରେ ମଙ୍ଗଳବାର ଦିନ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ଓ ଉପାଧ୍ୟକ୍ଷ ସଦନ ଗୈଡଙ୍କ ସହ ବ୍ଲକର ୧୧ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ । ତେବେ କିଛି ଘଣ୍ଟା ତାଲା ପକାଇବା ପରେ ବିନା କୌଣସି ଲିଖିତ ପ୍ରତିଶ୍ରୁତି କିମ୍ବା ଆଲୋଚନାରେ ଧାରଣାରୁ ଉଠିଯାଇଥିଲେ ଧାରଣାରେ ବସି ରହିଥିବା ଜନପ୍ରତିନିଧିମାନେ ।
ଅନ୍ୟପଟେ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଜନପ୍ରତିନିଧିମାନେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଥିବା କହିଛନ୍ତି ବିଡିଓ । ଲୋକ ପ୍ରତିନିଧି ମାନେ ଯେଉଁ ତଥ୍ୟ ମାଗୁଛନ୍ତି ସେହି ତଥ୍ୟ ଆଗାମୀ ସମିତି ବୈଠକରେ ଉପସ୍ଥାପନା କରାଯିବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର