ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବି, ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ - ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବିରେ ବିକ୍ଷୋଭ ପ୍ରଦର୍ଶନ

🎬 Watch Now: Feature Video

thumbnail

By

Published : Jul 11, 2023, 10:28 PM IST

ଖୋର୍ଦ୍ଧା: ବେଗୁନିଆ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦାବିରେ ଚାଲିଥିବା ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି । ୫୦ ଦିନର ଧାରଣା ପରେ ଖୋର୍ଦ୍ଧା-ବଲାଙ୍ଗୀର ଏନ୍‌ଏଚ୍‌-୫୭ ଅବରୋଧ କରି ପ୍ରତିବାଦ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଳନ କରାଯାଇଛି । ବେଗୁନିଆରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସିଏଚସି କରିବା ଦାବିରେ ଦୀର୍ଘ ୫୦ ଦିନ ଧରି ମେଡିକାଲ ଆଗରେ ଗଣ ସତ୍ୟାଗ୍ରହ ଜାରି ରହିବା ସତ୍ତ୍ବେ ସରକାର ସ୍ବାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତାକୁ ପୂରଣ କରିନଥିବା ଅଭିଯୋଗ ହୋଇଥିଲା । ଆଉ ଏହାର ପ୍ରତିବାଦ କରି ସୋମବାର ଠାରୁ ଜାତୀୟ ରାଜ୍ୟପଥକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି । ଆନ୍ଦୋଳନର ଦ୍ବିତୀୟ ଦିନରେ ଆନ୍ଦୋଳନକାରୀ ବିଭିନ୍ନ ନାରା ଦେଇ ରାସ୍ତା ଅବରୋଧ କରିଥିଲେ । ଫଳରେ ଉଭୟ ପାର୍ଶ୍ଵରେ ଗାଡିମଟର ଅଟକି ରହିଥିଲା । ଖୋର୍ଦ୍ଧା ଅତିରିକ୍ତ ଏସପି, ଡିଏସପିଙ୍କ ସହ ୩ପ୍ଲାଟୁନ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ବଳ ପୂର୍ବକ ରାସ୍ତାରୁ ବାଉଁଶ ବାରିକେଟ ହଟାଇବାକୁ ଚେଷ୍ଟା କରିଥିଲା । 

ଏହି ସମୟରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବଳ ପୂର୍ବକ ରାସ୍ତା ଅବରୋଧ ହଟାଇବା ପରେ ରାସ୍ତାରେ ଯାନବାହାନ ଚଳାଚଳ ସ୍ବଭାବିକ ହୋଇଥିଲା । ତେବେ କ୍ରିୟାନୁଷ୍ଠାନ କମିଟି ବେଗୁନିଆ ଆନ୍ଦୋଳନ ସ୍ଥଳରେ ପହଞ୍ଚି କମିଟିର ସଭାପତି ମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାକୁ ଆନ୍ଦୋଳନକାରୀଙ୍କ ଆଗରେ ପ୍ରକାଶ କରିଥିଲେ । ଏଥିସହ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ସଭାପତି ଘୋଷଣା କରିଥିଲେ । ଦୁଇ ମାସ ମଧ୍ୟରେ ପ୍ରତିଶ୍ରୁତି ପାଳନରେ ଟାଳଟୁଳ ନୀତି ଅବଲମ୍ବନ କରାଗଲେ କ୍ରିୟାନୁଷ୍ଠାନ କମିଟି ପୁନଶ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । 
 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.