thumbnail

By ETV Bharat Odisha Team

Published : Oct 2, 2023, 9:51 PM IST

Updated : Oct 2, 2023, 10:07 PM IST

ETV Bharat / Videos

Laxmi Bus Scheme: ପ୍ରତିବାଦରେ ଘରୋଇ ବସ ଚଳାଚଳ ବନ୍ଦ, ହନ୍ତସନ୍ତ ଯାତ୍ରୀ

ରାୟଗଡ଼ା: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ । କୋରାପୁଟ ଜିଲ୍ଲାରେ କରାଯାଇଥିବା ବିରୋଧର ପ୍ରଭାବ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି । କୋରାପୁଟ ବସ ମାଲିକ ସଂଘ ଡାକରାରେ ଆଜି ରାୟଗଡା ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ରହିଛି ସମସ୍ତ ଘରୋଇ ବସ ଚଳାଚଳ । ଫଳରେ ରାୟଗଡା ଦେଇ ଜୟପୁର, କୋରାପୁଟ, ବ୍ରହ୍ମପୁର ଓ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସାଙ୍ଗକୁ କଟକ ଏବଂ ଭୁବନେଶ୍ବରକୁ ଘରୋଇ ବସ ଚଳାଚଳ ବନ୍ଦ ରହିଛି । ଏପରିକି ରାୟଗଡ଼ା ଜିଲ୍ଲା ଭିତରେ ମଧ୍ୟ ଘରୋଇ ବସ ଚଳାଚଳ ଠପ୍ ହୋଇଯାଇଥିଲା । ଫଳରେ ମୁନିଗୁଡା, ଚନ୍ଦ୍ରପୁର, ଗୁଣପୁର, ରମାନାଗୁଡା, ପଦ୍ମପୁର, ଗୁଡାରି, ବିଷମକଟକ, କାଶୀପୁର, କଲ୍ୟାଣସିଂହପୁରକୁ ବସ ଚଳାଚଳ ବନ୍ଦ ରହିଛି । 

ଏହା ବି ପଢନ୍ତୁ...ମାଲକାନଗିରି ଘରୋଇ ବସ ମାଲିକ ସଂଘର ବନ୍ଦ ଡାକରା

ଆସନ୍ତା ମାସ 2 ତାରିଖରୁ ରାଜ୍ୟର ସମସ୍ତ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ଓ ପରେ ରାଜଧାନୀକୁ ଲକ୍ଷ୍ମୀ ଯୋଜନାରେ ସରକାରୀ ବସ ଗଡିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଯାହାକୁ ନେଇ ଘରୋଇ ବସ ମାଲିକ ସଂଘ ତରଫରୁ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ଦିନ ଧରି ଘରୋଇ ବସ ମାଲିକମାନେ ଦୁର୍ଗମ ଅଞ୍ଚଳକୁ ବସ ସେବା ଯୋଗାଇ ଆସୁଥିବାବେଳେ ଲାଭ କ୍ଷତି କଥା ବିଚାର ନକରି ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଦୃଢ ବିରୋଧ କରିଛି ସଂଘ। "ସରକାର ଯଦି ଏହାର ପୁନର୍ବିଚାର ନ କରନ୍ତି ତେବେ ଆଗାମୀ ଦଶହରା ସମୟରେ ଏହାର ପ୍ରଭାବ ସାରା ରାଜ୍ୟରେ ପଡିବ ବୋଲି ଚେତାବନୀ ଦେଇଛନ୍ତି" ରାୟଗଡା ଘରୋଇ ବସ ମାଲିକ ସଂଘର ସଭାପତି ଗୋପୀନାଥ ସାହୁ । 

ଇଟିଭି ଭାରତ, ରାୟଗଡ଼ା

Last Updated : Oct 2, 2023, 10:07 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.