ରାଷ୍ଟ୍ରପତିଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ, ଭିଡ ହିଁ ବୟାନ କରୁଛି ଭଲ ପାଇବା

By ETV Bharat Odisha Team

Published : Nov 27, 2023, 9:50 AM IST

thumbnail

ଜଗତସିଂହପୁର/ପାରାଦ୍ବୀପ: ଆଉ ମାତ୍ର କିଛି ସମୟର ଅପେକ୍ଷା । ପାରାଦ୍ବୀପରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାରାଦ୍ବୀପ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିବେ । ଏ ନେଇ ଭୁବନେଶ୍ବରରୁ ପାରାଦ୍ବୀପ ଅଭିମୁଖେ ବାହାରି ସାରିଛନ୍ତି ମହାମହିମ । ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ଦେଖିବାକୁ ମିଳିଛି । ମହାମହିମଙ୍କୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଲାଗିଛି । ଆଉ କିଛି ସମୟ ପରେ ଅର୍ଥାତ ୧୦ଟା ସମୟରେ ଗୋପବନ୍ଧୁ ଷ୍ଟାଡିୟମରେ ପହଞ୍ଚିବେ ରାଷ୍ଟ୍ରପତି । ଦେଖନ୍ତୁ ରାଷ୍ଟ୍ରପତିଙ୍କୁ ଦେଖିବାକୁ କିପରି ଲୋକଙ୍କ ଭିଡ ଲାଗିଛି । ଏହି ଭିଡ ହିଁ ବାୟନ କରୁଛି ଭଲ ପାଇବ ।

ଏହା ବି ପଢନ୍ତୁ...ଆଜି ରାଷ୍ଟ୍ରପତିଙ୍କ ପାରାଦ୍ବୀପ ଗସ୍ତ, ବୋଇତ ବନ୍ଦାଣ ଉତ୍ସବ ଉଦଘାଟନ କରିବେ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.