ଆମକୁ କୁପମଣ୍ଡୁକ ସଜାଇଛି ସୋସିଆଲ ମିଡିଆ: ରାଷ୍ଟ୍ରପତି - ସୋସିଆଲ ମିଡିଆ

🎬 Watch Now: Feature Video

thumbnail

By

Published : Jul 27, 2023, 4:47 PM IST

ଭୁବନେଶ୍ବର: ବେଳେ ବେଳେ କିଛି ନକରାତ୍ମକ ଭାବନା ଆମକୁ ଅସ୍ଥିରତା ଆଡ଼କୁ ଟାଣି ନିଏ । ଏହା ହୁଏତ ଅନ୍ୟମାନଙ୍କ ସହିତ ନିଜକୁ ଅଯଥା ତୁଳନା କରିବା । ଆଜିକାଲିର ସୋସିଆଲ ମିଡିଆ ଯୁଗରେ ପ୍ରଭାବରେ ନିଜ ଅଜାଣତରେ ଆମେ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରୁଛୁ । ଏହି ତୁଳନା ଆମକୁ କୁପମଣ୍ଡୁକ ସଜାଇଛି । ଏଣୁ ଆମେ ଏହାର ପ୍ରଭାବରେ ଏତେ ପ୍ରଭାବିତ ଯେ ନିଜ ପାଇଁ ସମୟ ବି କାଢ଼ି ପାରୁନାହୁଁ । ଆତ୍ମ ଚିନ୍ତନର ଅଭାବରୁ ହିଁ ମନରେ ନକରାତ୍ମକ ଭାବର ଶିକାର ହେଉଛୁ, ଈର୍ଷାଭାବର ଶିକାର ହେଉଛୁ । ମଣିଷ ଅର୍ଥ, ଐଶ୍ବର୍ଯ୍ୟ ପଛରେ ଦୌଡ଼ିଦୌଡ଼ି କ୍ଳାନ୍ତ ହୋଇପଡ଼ିଛି । ଏଣୁ ଏହି ନକରାତ୍ମକ ଚିନ୍ତାରୁ ମୁକୁଳିବା ଆମ ପାଇଁ ଆହ୍ବାନ ପାଲଟିଛି ବୋଲି ରାଷ୍ଟ୍ରପତି କହିଛନ୍ତି । ତେବେ ବ୍ରହ୍ମକୁମାରୀର ଲାଇଟ୍‌ ହାଉସ୍‌ ବା ବତିଘର ଏହି ନକରାତ୍ମକ ଭାବନାରୁ ଆଲୋକ ଆଡ଼କୁ ଟାଣି ଆଣିବ । ଏହି ବତି ଘର ସମସ୍ତଙ୍କ ପାଇଁ ଦିଗଦର୍ଶନ ପାଲଟିବ ବୋଲି ସେ ଆଶା କରିଥିବା ରାଷ୍ଟ୍ରପତି କହିଛନ୍ତି ।  

ଏହା ବି ପଢନ୍ତୁ- ମଣିଷ ଜୀବନ ପିଆଜ ଭଳି: ରାଷ୍ଟ୍ରପତି

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.