thumbnail

By

Published : Jul 27, 2023, 5:16 PM IST

ETV Bharat / Videos

President Odisha Visit: ରାଜଭବନରେ ୧୦ ଜନଜାତିଙ୍କୁ ଭେଟିଲେ, ଭଲମନ୍ଦ ପଚାରି ବୁଝିଲେ

ଭୁବନେଶ୍ବର: ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ରାଜଭବନରେ ୧୦ ଜନଜାତିଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ରାଜଭବନ ପରିସରରେ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଚାଲିଚଳନ, ଜୀବନଶୈଳୀ, ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ଅର୍ଥ ନୈତିକ ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି ରାଷ୍ଟ୍ରପତି । ତେବେ ଏଥିରେ ଭାଗ ନେଇଥିବା ସମ୍ପ୍ରଦାୟ ହେଉଛନ୍ତି ବଣ୍ଡା, ଦଙ୍ଗରିଆ କନ୍ଧ, ଭୂଜିଆ, କୁଟିଆ, ପାପଡ଼ି ଭୂୟାଁ ସମ୍ପ୍ରଦାୟ ଭଳି ବିଭିନ୍ନ ପିଭିଟିଜି ସମ୍ପ୍ରଦାୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି । ଏହି ଆଲୋଚନା ପରେ ପ୍ରତିକ୍ରିୟା ଦେଇ ଏହି ସମ୍ପ୍ରଦାୟର ଲୋକେ ବେଶ ଖୁସିବ୍ୟକ୍ତ କରିଛନ୍ତି । ନିଜ ସନ୍ତାନଙ୍କୁ ମଧ୍ୟ ଦ୍ରୌପଦୀ ମୁର୍ମୁ ଭାବେ ଗଢ଼ି ତୋଳିବେ ବୋଲି କହିଛନ୍ତି ।  

ଆଦିବାସୀ ସମ୍ପ୍ରଦାୟର ଯୁବତୀ ଯଶୋଦା ମଲ୍ଲିକ କହିଛନ୍ତି, "ମୋ ଭଳି ଆମ ଗାଁରେ ଅନେକ ଶିକ୍ଷିତ ଝିଅମାନେ ରହିଛନ୍ତି । ମୁଁ ଯେଭଳି ଭାବରେ ସଂସ୍କୃତରେ ଏମଏ କରିଛି ସେହିଭଳି ଅନେକ ଝିଅ ପାଠ ପଢ଼ିବା ପାଇଁ ଆଗକୁ ଆସୁଛନ୍ତି ।  ପାଠ ପଢିବା ସମୟରେ ଅନେକ ସମସ୍ୟା ରହିଛି । ଆର୍ଥିକ ଯୋଗାଯୋଗ ଏବଂ ପରିବାରର ଅନେକ ସମସ୍ୟା । ବାପା ଜଣେ ଚାଷୀ ହୋଇଥିବାରୁ ପାଠ ପଢ଼ିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଆଗକୁ ପାଠ ପଢିବି ବୋଲି ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛି ।" ଯଶୋଦା ଫକିର ମୋହନ କଲେଜରୁ ସଂସ୍କୃତରେ ମାଷ୍ଟର ଡିଗ୍ରୀ କରିଛନ୍ତି ।  

ଏହା ବି ପଢନ୍ତୁ-  ଆମକୁ କୁପମଣ୍ଡୁକ ସଜାଇଛି ସୋସିଆଲ ମିଡିଆ: ରାଷ୍ଟ୍ରପତି

ଅନ୍ୟପଟେ ନୂଆପଡ଼ାର ଆଉ ଜଣେ ଆଦିବାସୀ ସମ୍ପ୍ରଦାୟର ଚଞ୍ଚଳା ନାୟକ ସେ କହିଛନ୍ତି, "ଆଜି ୧୦ ପ୍ରକାରର ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ସହିତ ଆଲୋଚନା କରିଛନ୍ତି ରାଷ୍ଟ୍ରପତି । ଯେଉଁ ଦିନକୁ ଅପେକ୍ଷା କରିଥିଲୁ ତାହା ଆଜି ସଫଳ ହୋଇଛି । ରାଷ୍ଟ୍ରପତିଙ୍କୁ ଦେଖିବା ପରେ ବହୁତ ଖୁସି ଲାଗିଛି ।  ସେ ବି ଜଣେ ଆଦିବାସୀ ଆମେ ବି ଜଣେ ଜଣେ ଆଦିବାସୀ ।  ତେଣୁ ସେ ଆମ ସମସ୍ତଙ୍କୁ ନିଜର ଝିଅ ଭଳି କଥାବାର୍ତ୍ତା କରିଛନ୍ତି ।  ବିଭିନ୍ନ ପ୍ରକାରର ସୁଖଦୁଃଖ ମଧ୍ୟ ପଚାରି ବୁଝିଛନ୍ତି । ଆଦିବାସୀମାନେ ବହୁତ ପଛରେ ଥିବାରୁ ରାଷ୍ଟ୍ରପତି ମଧ୍ୟ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ସେମାନଙ୍କୁ କିଭଳି ଭାବରେ ଆଗକୁ ଆସିବେ ସେନେଇ କଥା କହିଛନ୍ତି । ସେ ଯେଭଳି ଭାବରେ ଜଣେ ଆଦିବାସୀ ମହିଳା ହୋଇ ଭାରତର ରାଷ୍ଟ୍ରପତି ହୋଇପାରିଛନ୍ତି । ଭବିଷ୍ୟତରେ ଆମର ପିଲାଙ୍କୁ ପାଠ ପଢ଼ାଇ ଦ୍ରୌପଦୀ ମୁର୍ମୁଙ୍କ ଭଳି ବନାଇବାକୁ ଆଶା ଓ ସ୍ବପ୍ନ ରହିଛି ।"  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.