କର୍ମ ବଳରେ ଅପୂର୍ବ ସଫଳତା ପାଇଛନ୍ତି ଦ୍ରୌପଦୀ ମୁର୍ମୁ: ରାଷ୍ଟ୍ରପତିଙ୍କ ଶିକ୍ଷକ

By

Published : May 4, 2023, 12:56 PM IST

thumbnail

ରାଇରଙ୍ଗପୁର: ଜନ୍ମମାଟିରେ ପହଞ୍ଚି ସାରିଛନ୍ତି ମାଡାମ ପ୍ରେସିଡେଣ୍ଟ । ରାଷ୍ଟ୍ରପତିଙ୍କୁ ପାଖରେ ପାଇଁ ଉତ୍ସାହିତ ମୟୂରଭଞ୍ଜବାସୀ । ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଜନ୍ମମାଟି ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ମହାମହିମ । ରାଇରଙ୍ଗପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ସମୟରେ ରାଷ୍ଟ୍ରପତିଙ୍କ ପିଲାଦିନ ଶିକ୍ଷକ ବାସୁଦେବ ବେହେରାଙ୍କ ପତିକ୍ରିୟା ନେଇଥିଲେ ଆମ ପ୍ରତିନିଧି । ରାଷ୍ଟ୍ରପତି ପ୍ରଥମ ଥର ପାଇଁ ମୟୂରଭଞ୍ଜ ଆସିଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ । କର୍ମ ସାଧନା ବଳରେ ଦ୍ରୌପଦୀ ମୁର୍ମୁ ଭାରତର ମହାମହିମ ରାଷ୍ଟ୍ରପତି ହୋଇଛନ୍ତି । ଏ ମାଟି ଆଜି ଗର୍ବିତ ଯେଉଁ ମାଟିରେ ଦ୍ରୌପଦୀ ମୁର୍ମୁ ଜନ୍ମଗ୍ରହଣ କରିଥିଲେ ତାଙ୍କୁ ରାଷ୍ଟ୍ରପତି ରୂପେ ପାଇ ଏ ଅଞ୍ଚଳର ଲୋକେ ଉତ୍ସାହିତ ବୋଲି କହିଛନ୍ତି ରାଷ୍ଟ୍ରପତିଙ୍କ ଶିକ୍ଷକ ବାସୁଦେବ ବେହେରା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଛୋଟ ବେଳର ଶିକ୍ଷକ ବାସୁଦେବ ସାର୍ ତାଙ୍କୁ ଉପରବେଡା ଏମଇ ସ୍କୁଲରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପାଠ ପଢ଼ାଉଥିଲେ । ଏପରି ଛାତ୍ରୀକୁ ପାଇ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ।

ଇଟିିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.