G20 Summit: ଡିନର ପାଇଁ ଭାରତ ମଣ୍ଡପରେ ବିଶ୍ବନେତା, ସ୍ବାଗତ କରୁଛନ୍ତି ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

By ETV Bharat Odisha Team

Published : Sep 9, 2023, 8:36 PM IST

thumbnail

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ଡିନର ନାଇଟ୍‌ ପାଇଁ ଭାରତ ମଣ୍ଡପମରେ ପହଞ୍ଚୁଛନ୍ତି ବିଶ୍ବନେତା । ଜଣକ ପରେ ଜଣେ ନେତା ନୈଶ୍ୟ ଭୋଜି ଲାଗି ପହଞ୍ଚୁଥିବା ବେଳେ ତାଙ୍କୁ ସ୍ବାଗତ କରୁଛନ୍ତି ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ବନେତାଙ୍କୁ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ପରଷା ଯିବ । ଭାରତର ସୁସ୍ବାଦୁ ବ୍ୟଞ୍ଜନର ସ୍ବାଦ ଚାଖିବେ ବିଦେଶୀ ଅତିଥି । ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଭାରତର ୨ ପ୍ରମୁଖ ନେତା ଅତି ଆଦରର ସହିତ ବିଦେଶୀ ଅତିଥିଙ୍କୁ ସ୍ବାଗତ କରୁଛନ୍ତି । ସେପଟେ ଭାରତ ମଣ୍ଡପମ ଆଲୋକମାଳାରେ ସୁସଜ୍ଜିତ ହୋଇ ସଭିଙ୍କୁ ଆକୃଷ୍ଟ କରୁଛି । ଏହାର ସୌନ୍ଦର୍ଯ୍ୟ ଦେଖଣାହାରୀଙ୍କୁ ବିମୋହିତ କରିଛି । ଭାରତ ମଣ୍ଡପମ ଆଗରେ ସ୍ଥାପିତ ହୋଇଛି ନଟରାଜ ମୂର୍ତ୍ତି । ଏହି ନବନିର୍ମିତ ଜି-୨୦ ଭେନ୍ୟୁକୁ କୋଣ ଅନୁକୋଣରୁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.