thumbnail

By ETV Bharat Odisha Team

Published : Aug 25, 2023, 6:44 AM IST

ETV Bharat / Videos

ଆଜିଠୁ 3 ଦିନିଆ ଗଞ୍ଜାମ ଗସ୍ତରେ ପାଣ୍ଡିଆନ, କାନ୍ଥ ବାଡରେ ଛାଇ ଗଲାଣି ବିରୋଧାତ୍ମକ ସ୍ଲୋଗାନ

ବ୍ରହ୍ମପୁର: 5ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ କରିଛି ପ୍ରଶାସନ । ହେଲେ ସଚିବଙ୍କ ଗସ୍ତକୁ ନେଇ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଭିକେ ପାଣ୍ଡିଆନଙ୍କ ବିରୋଧରେ ବିରୋଧାତ୍ମକ ଲେଖା କାନ୍ଥ ବାଡରେ ଛାଇ ଯାଇଛି । ବିଭିନ୍ନ ବିରୋଧାତ୍ମକ ସ୍ଲୋଗାନ ଦେଖିବାକୁ ମିଳିଛି । ଆଜିଠୁ(25 ଅଗଷ୍ଟ) ତିନି ଦିନ ଧରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରିବେ ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ସେପଟେ ପାଣ୍ଡିଆନଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ରଙ୍ଗେଇଲୁଣ୍ଡା ବ୍ଲକର କନିଷି ଅଞ୍ଚଳରେ ବିଭିନ୍ନ କାନ୍ଥରେ ୫ଟି ସଚିବଙ୍କ ବିରୋଧରେ ବିଭିନ୍ନ ନାରା ବାଜିକୁ ଲେଖାଯାଇଥିବା ଦେଖାଯାଇଛି । ଜାତୀୟ ରାଜପଥ ରାସ୍ତା କଡରେ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରାଚୀରରେ ଭିନ୍ନ ଭିନ୍ନ ନାରା ଲେଖା ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।  

ଅଧିକ ପଢନ୍ତୁ: 5T ସଚିବ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମକୁ ବିରୋଧ, ଗର୍ଜିଲା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ

ଗତ ଦୁଇ ଦିନ ତଳେ ୫ଟି ସଚିବଙ୍କ ଗ୍ରସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳକୁ ୫ଟି ସଚିବଙ୍କ ଗସ୍ତ ଏବଂ ଏହାକୁ ନେଇ ଉପୁଜୁଥିବା ବିଶୃଙ୍ଖଳା ନେଇ ତାଙ୍କ ଗସ୍ତକୁ ବାତିଲ କରିବା ପାଇଁ ଦଳ ଦାବି କରିଥିଲା । ଭାରତୀୟ ପ୍ରଶାସନିକ ସେବାର ସର୍ଭିସ କଣ୍ଡକ୍ଟ ରୁଲକୁ ଏହା ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ପତ୍ରରେ ଦର୍ଶାଇଥିଲା ବିଜେପି । 
 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.