ବିଶ୍ୱକପ 2023 ଫାଇନାଲ: ଭାରତର ବିଜୟ ପାଇଁ ମା' ବିରଜାଙ୍କ ନିକଟରେ ପୂଜାର୍ଚ୍ଚନା

By ETV Bharat Odisha Team

Published : Nov 19, 2023, 4:22 PM IST

thumbnail

ଯାଜପୁର: କ୍ରିକେଟ ପ୍ରେମୀଙ୍କ ବିରଜା ମନ୍ଦିରରେ ପୂଜାର୍ଚ୍ଚନା । ଆଜି କ୍ରିକେଟ ବିିଶ୍ୱକପର ଫାଇନାଲ ମ୍ୟାଚ । ଆଜି ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଇନାଲ ମ୍ୟାଚ ଖେଳା ଯାଉଥିବାବେଳେ ସାରା ଦେଶରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । କିଏ ଚିତ୍ର କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଉଛନ୍ତି ଥିବାବେଳେ ଅନ୍ୟ କିଏ ମନ୍ଦିରରେ ପୂଜାର୍ଚ୍ଚନା କରି ଘରୋଇ ଦଳର ବିଜୟ କାମନା କରୁଛି ।ଏହାରି ଭିତରେ ଯାଜପୁର ମଧ୍ୟ ଦେଖିବାକୁ ମିଳିଛି କ୍ରିକେଟ ପ୍ରେମୀଙ୍କ ପୂଜାର୍ଚ୍ଚନାର ଦୃଶ୍ୟ । 

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜା ମନ୍ଦିରରେ କ୍ରିକେଟ ପ୍ରେମୀମାନଙ୍କ ପକ୍ଷରୁ ବିଶ୍ୱ କପ ଫାଇନାଲରେ ଭାରତର ବିଜୟ ପାଇଁ ଦୀପ ପ୍ରଦାନ କରାଯାଇଛି । ମା' ବିରଜାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେବାୟତମାନେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଅଖଣ୍ଡ ଦୀପ ଜଳାଇଛନ୍ତି । ଚଳିତ ବର୍ଷ ଭାରତର ବିଶ୍ଵକପ ବିଜୟ ନେଇ ବେଶ ଆଶାବାଦୀ ଅଛନ୍ତି ଯାଜପୁରବାସୀ । ଚଳିତ ବର୍ଷ ଭାରତର ପଲା ଭାରି ରହିଛି । ପ୍ରଥମ ଲିଗ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ହରାଇ ବିଜୟ ଯାତ୍ରା ଆରମ୍ଭା କରିଥିଲା । ଏହା ପରେ ଦଳ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ମ୍ୟାଚକୁ ନିଜ ଅକ୍ତିଆରକୁ ନେଇଥିଲା । ହେଲେ ପୁଣି ଥିରେ ଆଜି ଫାନାଲ ମ୍ୟାଚରେ ଭାରତୀୟ ଏବଂ ଅଷ୍ଟ୍ରେଲିଆ ମୁହାମୁହିଁ ହୋଇଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା କେଉଁ ଦଳ ବାଜିମାତ କରୁଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.