ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଗଲା ଲାଇନ୍‌, ପ୍ରଶ୍ନର ଉତ୍ତର ନଦେଇ ଚାଲିଗଲେ ମନ୍ତ୍ରୀ

🎬 Watch Now: Feature Video

thumbnail

By

Published : Jun 12, 2023, 5:09 PM IST

ବାଲେଶ୍ବର: ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜ୍ୟରେ ତୁହାକୁ ତୁହା ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ହନ୍ତସନ୍ତ ରାଜ୍ୟବାସୀ । ଏନେଇ ବିରୋଧୀ ରାଜ୍ୟ ସରକାର ଓ ଶକ୍ତି ବିଭାଗକୁ ବାରମ୍ବାର ଟାର୍ଗେଟ କରୁଥିବା ବେଳେ ରାଜ୍ୟରେ ପାୱାର କଟ୍‌ ହେଉନି ବୋଲି ବାରମ୍ବାର ସଫେଇ ଦେଉଛନ୍ତି ରାଜ୍ୟ ସରକାରଙ୍କ ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ହେଲେ ନଜେ ମନ୍ତ୍ରୀ ଆଜି ହଟହଟା ହୋଇଛନ୍ତି, ଯେତେବେଳେ ତାଙ୍କରି ସଭାରେ ଚାଲିଗଲା ଲାଇନ୍‌ । ଯାହାକୁ ନେଇ ପ୍ରଶ୍ନ ପଚାରିବାରୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ମନ୍ତ୍ରୀ । 

ସୂଚନା ଅନୁସାରେ, ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପାଇଁ ଚାଲିଥିବା ବିଶ୍ବଶାନ୍ତି ମହାଯଜ୍ଞ ଓ ଶୋକସଭାରେ ଯୋଗ ଦେଇଥିଲେ ମନ୍ତ୍ରୀ ପ୍ରତାପ ଦେବ । ଶୋକସଭାରେ ମନ୍ତ୍ରୀ ନିଜର ଅଭିଭାଷଣ ରଖୁଥିବା ବେଳେ ହଠାତ କଟିଗଲା ଲାଇନ୍‌ । ସେଠାରେ ଉପସ୍ଥିତ ସାଧାରଣ ଲୋକେ ଏହାକୁ ନେଇ ହଠାତ ପ୍ରତିକ୍ରିୟାଶୀଳ ହୋଇଥିଲେ । ମାତ୍ର ମନ୍ତ୍ରୀ ଏହାକୁ ନେଇ କିଛି ଉତ୍ତର ଦେଇ ନଥିଲେ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.