thumbnail

କାର୍ତ୍ତିକ ପୂର୍ଣ୍ଣିମା, ପାରାଦ୍ୱୀପରେ ବନ୍ଦର ମହୋତ୍ସବ

By

Published : Nov 8, 2022, 4:39 PM IST

Updated : Feb 3, 2023, 8:31 PM IST

ଜଗତସିଂହପୁର/ପାରାଦ୍ୱୀପ: ଆଜି କାର୍ତ୍ତିକ ପୂର୍ଣ୍ଣିମା, ଏନେଇ ପାରାଦ୍ୱୀପ ବନ୍ଦର ପକ୍ଷରୁ ବନ୍ଦର ମହୋତ୍ସବ ଓ ବୋଇତ ବନ୍ଦାଣ ଅନୁଷ୍ଠିତ ହୋଇଯାଇଥିଲା। ବୋଇତ ବନ୍ଦାଣ ଉତ୍ସବ ଅବସରରେ ପାରାଦ୍ଵୀପ ବନ୍ଦର ୪ ନମ୍ବର ଗେଟ ନିକଟ ବର୍ଥରେ, ଓଡ଼ିଆ ସଂସ୍କୃତି ଓ ଐତିହ୍ୟକୁ ମନେପକାଇ ବୋଇତ ବନ୍ଦାଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ୭ ଜଣ ସାଧବଙ୍କୁ ୭ ଜଣ ସାଧବାଣୀ ବନ୍ଦାପନା କରି ଏକ ସୁସଜ୍ଜିତ ବୋଇତରେ ବିଦାୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ । ବୋଇତ ବନ୍ଦାଣ ଉତ୍ସବ ଅବସରରେ ବନ୍ଦର ଅଧ୍ୟକ୍ଷ ପି ଏଲ ହାରନାଦ ଯୋଗ ଦେଇ ଆସନ୍ତା ୨୦୨୫ ମସିହା ସୁଦ୍ଧା ପାରାଦ୍ଵୀପ ବନ୍ଦର ବାର୍ଷିକ ୩୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ବିଶିଷ୍ଟ ବନ୍ଦର ହେବାକୁ ଯାଉଛି ବୋଲି ମତ ରଖିଥିଲେ । ଇଟିଭି ଭାରତ, ଜଗତସିଂହପୁର
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.