ନିୟମ ମାନୁନଥିଲା କୋଲଓ୍ବାସେରି, ରେଡ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

By

Published : May 12, 2023, 1:01 PM IST

thumbnail

ଅନୁଗୋଳ: ସବୁ ସରକାରୀ ନିୟମକୁ ଫାଙ୍କି ଚାଲୁଥିଲା କୋଲ ୱାସେରି । ଅଭିଯୋଗ କଲେ ବି କମ୍ପାନୀ କର୍ତ୍ତୃପକ୍ଷ ସବୁକୁ ଭ୍ରୁକ୍ଷେପ ନ କରି ଚଲାଇଥିଲେ ବେଆଇନ କାର୍ଯ୍ୟକଳାପ । ତେବେ ଗତକାଲି(ଗୁରୁବାର) ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଓଜନ ମାପ ବିଭାଗ ପକ୍ଷରୁ ରେଡ଼ କରାଯାଇଛି । ଦୀର୍ଘ ଦିନ ହେବ ତାଳଚେରରେ ଥିବା ଗ୍ଲୋବାଲ କୋଲ ୱାସେରିରେ ବିରୁଦ୍ଧରେ ଲୋକେ ବିଭିନ୍ନ ଅଭିଯୋଗ ଆଣିଥିବା ପରେ ବିଭାଗ ପକ୍ଷରୁ ରେଡ କରାଯାଇଥିଲା ।

ପ୍ରଦୂଷଣ ବିଭାଗ ଏବଂ ଓଜନ ଓ ମାପ ବିଭାଗ ପକ୍ଷରୁ ୨ ଦିନ ହେଲା ଏହି ଚଢ଼ାଉ ଜାରି ରହିଥିଲା । ତାଳଚେର ପୋଲିସ ଉପସ୍ଥିତିରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ଆନୁଷ୍ଠାନିକ ଭାବେ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । ତେବେ ତାଳଚେର ଘଣ୍ଟପଡ଼ା ସ୍ଥିତ ଏହି କୋଲ ୱାସେରି ନାମରେ ପୂର୍ବରୁ ପ୍ରଦୂଷଣକୁ ନେଇ ଅଭିଯୋଗ ଥିଲା । ଜନ ବସତି ମଧ୍ୟରେ ଥିବା ଏହି ୱାସେରି ପ୍ରଦୂଷଣ କରୁଥିବା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ଲୋକ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ପ୍ରଦୂଷଣ ଯୋଗୁଁ ସ୍ୱାସ୍ଥ୍ୟହାନୀ ହେବା ସହ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.