ନୀତିଶଙ୍କ ଦିଲ୍ଲୀ ଗସ୍ତ ଜାତୀୟ ରାଜନୀତିରେ କିଛି ପ୍ରଭାବ ପକାଇବ ନାହିଁ: ପ୍ରଶାନ୍ତ କିଶୋର - भागलपुर में प्रशांत किशोर
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16320351-thumbnail-3x2-jkgbjkg.jpg)
ନୂଆଦିଲ୍ଲୀ: ନିକଟରେ ବିଜେପି ହାତ ଛାଡିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀ ଗସ୍ତ କରି ବିଭିନ୍ନ ବିରୋଧୀ ନେତାଙ୍କୁ ଭେଟିବାରେ ଲାଗିଛନ୍ତି । ନୀତିଶଙ୍କର ଏହା 2024 ରେ ବିରୋଧୀ ମେଳି ମିଶନ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣାକ୍ରମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ପ୍ରଶାନ୍ତ କହିଛନ୍ତି, ବର୍ତ୍ତମାନ ସମୟରେ ନୀତିଶଙ୍କ ଦିଲ୍ଲୀ ଗସ୍ତ ଓ ବିରୋଧୀ ଦଳର ନେତାଙ୍କ ସମେତ କିଛି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା, ଜାତୀୟ ରାଜନୀତିରେ କିଛି ପ୍ରଭାବ ପକାଇବ ନାହିଁ । 2024 ରେ ଯେଉଁ ମିଳିତ ବିରୋଧୀ ମଞ୍ଚ କଥା ଚର୍ଚ୍ଚା ହେବାରେ ଲାଗିଛି, ବର୍ତ୍ତମାନ ଘଟଣାକ୍ରମରୁ ସେମିତି କିଛି ସେ ଅନୁଭବ କରୁନାହାନ୍ତି ବୋଲି କହିଛନ୍ତି । ଦେଖନ୍ତୁ ପ୍ରଶାନ୍ତ କିଶୋରଙ୍କ ସମ୍ପୂର୍ଣ୍ଣ ପ୍ରତିକ୍ରିୟା ।
Last Updated : Feb 3, 2023, 8:27 PM IST