thumbnail

By ETV Bharat Odisha Team

Published : Oct 9, 2023, 10:03 PM IST

ETV Bharat / Videos

ନିଶାର ଗଡ଼ ପାଲଟିଛି ବରଗଡ଼, ଚଢାଉରେ ହଜାରରୁ ଉର୍ଦ୍ଧ୍ବ କଫସିରପ୍ ଜବତ

ବରଗଡ: ନିଶା କାରବାର ଉପରେ ରୋକ ଲଗାଇବାକୁ ଆକ୍ସନ ମୋଡରେ ପୋଲିସ । ନିଶା କାରବାର ଯୋଜନା ଚାଲିଥିବାବେଳେ ପୋଲିସ ବିଭାଗକୁ ମିଲିଛି ବଡ ଧରଣର ସଫଳତା । ବରଗଡ ଟାଉନ ପୋଲିସ ଚଢାଉ କରି ୧ ହଜାର ୨୪୦ଟି କଫ ଶିରପ, ଅପମିଶ୍ରିତ ଡ୍ରଗ୍ସ , ନିଶା ବଟିକା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ଜିଲ୍ଲାରେ ଅପରାଧୀଙ୍କ ପ୍ରାଦୃର୍ଭାବ ବଢୁଥିବାବେଳେ ଦିନ ଦ୍ବିପ୍ରହରରେ ରାସ୍ତାରେ ମହିଳାଙ୍କଠାରୁ ଚେନ୍ ଲୁଟ କରିନେଇଯାଉଛନ୍ତି ଲୁଟେରା । ନିଶାସକ୍ତ ଅବସ୍ଥାରେ ନିର୍ଭୟରେ ଚୋର ମାନେ ଚୋରି କରୁଥିବାରୁ ବରଗଡବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ତେଣୁ ନିଶା କାରବାର ଉପରେ ଲଗାମ ଲଗାଇବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା । 

ଏହା ବି ପଢନ୍ତୁ...ନିଶା ନିବାରଣ ପାଇଁ ମହିଳାଙ୍କ ମାନବ ଶୃଙ୍ଖଳ

ବରଗଡ ଏସ.ପି ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ପୋଲିସ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ପରିମାଣରେ କଫସିରପ ଜବତ ହୋଇଛି ।  ଜଗଡୁ ସୁନା ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବାବେଳେ 2 ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏପରି କାରବାରରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପଚରାଉଚରା କରୁଛି ପୋଲିସ ।


ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.