ମୃତକଙ୍କ ସମ୍ପର୍କୀୟଙ୍କୁ ପୋଲିସର ମାଡ଼, ଧାରଣରେ ବସିଲେ ପରିବାରବର୍ଗ

By ETV Bharat Odisha Team

Published : Dec 24, 2023, 5:13 PM IST

thumbnail

Police officer assaulted dead persons family କଟକ: ପୋଲିସର ଦାଦାଗିରି । SCBରେ ଚିକିତ୍ସାଧିନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ । ବଡି ଡିସଚାର୍ଜ ବିଷୟରେ ପଚାରୁଥିବା ବେଳେ ପାଟିତୁଣ୍ଡ ହୋଇଥିଲା । ପ୍ରତିବାଦ କରିବାରୁ ମୃତକଙ୍କ ପରିବାରବର୍ଗଙ୍କୁ ପୋଲିସର ମାଡ଼ ଅଭିଯୋଗ । ମୃତଦେହ ରଖି ପ୍ରତିବାଦ କଲେ ସମ୍ପର୍କୀୟ । ଆଲୋଚନା ପରେ ଧାରଣାରୁ ଉଠିଲେ ମୃତକଙ୍କ ସମ୍ପର୍କୀୟ ।  

ଏହା ମଧ୍ୟ ପଢ଼ନ୍ତୁ.... କଳାହାଣ୍ଡିରେ ନାବାଳିକାକୁ ଗଣଦୁଷ୍କର୍ମ, ହସ୍ପିଟାଲରେ ଭର୍ତ୍ତି

ପୁରୀ ଚନ୍ଦନପୁର ଅଞ୍ଚଳର ୨୨ ବର୍ଷର ବର୍ଷା ମାଝୀଙ୍କ ଶନିବାର ରାତ୍ରି ସମୟରେ ଦେହ ଅସୁସ୍ଥତା କାରଣରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏସ୍‌ସିବି ମେଡିକାଲ ରେଫର କରାଯାଇଥିଲା । କାଜୁଆଲଟିରେ ଚିକିତ୍ସା ହେବା ସମୟରେ ତାଙ୍କର ମୃତ୍ୟ ହୋଇଥିଲା । ମୃତ୍ୟୁ ପ୍ରମାଣ ପତ୍ର ଓ ଅନ୍ୟାନ କାଗଜ ପତ୍ର ପଞ୍ଜୀକରଣ ନେଇ ପଚରିବାରୁ କର୍ତ୍ତୃପକ୍ଷଙ୍କ ସହ ସାମାନ୍ୟ ଝଗଡ଼ା ହୋଇଥିଲା । ମେଡିକାଲ ସିକ୍ୟୁରିଟି ଷ୍ଟାଫ୍‌ ପକ୍ଷରୁ ମୃତକଙ୍କ ପରିବାରକୁ ଦୁର୍ବ୍ୟବହାର କରାଯିବାରୁ ସ୍ଥିତି ବିଗିଡିଥିଲା । ପରେ  ମୃତଦେହ ନେଇ ପରିବାରବର୍ଗ ଘରକୁ ଯାଉଥିବା ବେଳେ ସ୍ଥାନୀୟ ଫାଣ୍ଡିର କର୍ମଚାରୀ ଆସି ସେମାନଙ୍କୁ ଅଟକାଇଥିଲେ । ପରେ ମୃତକ ପରିବାରର ଜଣେ ସଦସ୍ୟଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମୃରକଙ୍କ ପରିବାର ଲୋକ ।  ଏନେଇ ମୃତଦେହକୁ ଫାଣ୍ଡି ଆଗରେ ରଖି ଧାରଣାରେ ବସିଥିଲେ ସମ୍ପର୍କୀୟ । ପରେ ପୋଲିସ  ଆସି ଆଲୋଚନା କରିବାରୁ ମୃତଦେହକୁ ଉଠାଯାଇଥିଲା । 

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.