Police Inspector Suicide Attempt: ଥାନାରେ ଗର୍ଜିଲା ବନ୍ଧୁକ, ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା ଉଦ୍ୟମ - କୋରାପୁଟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ
🎬 Watch Now: Feature Video
କୋରାପୁଟ: କୋରାପୁଟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଭିତରେ ଫୁଟିଲା ଗୁଳି । ଗୁଳି ଫୁଟିବା ଶବ୍ଦ ଶୁଣି ସ୍ତବ୍ଧ ହୋଇଯାଇଥିଲେ ସୁରକ୍ଷାକର୍ମୀଙ୍କ ସହିତ ସାଥି ଅଧିକାରୀ । ଏସପି ମଧ୍ୟ ସେ ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ତେବେ 11.40 ସମୟରେ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ନରେନ୍ଦ୍ର ବିଶ୍ୱାଳ ନିଜ ଉପରକୁ ନିଜେ ଗୁଳି କରିଥିବା ସୂଚନା ମିଳିଛି । ସେ ବାମ ପଟ ମୁଣ୍ଡକୁ ଗୁଳି କରିଥିବା ବେଳେ ଗୁଳି ବାଜିବା ଦ୍ଵାରା ଗୁରୁତର ଆହତ ହୋଇଛନ୍ତି । ସହ କର୍ମଚାରୀ ସଙ୍ଗେ ସଙ୍ଗେ ତାଙ୍କୁ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଓ ପରେ ଗୁରୁତର ଅବସ୍ଥାରେ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି ।
କେଉଁ କାରଣରୁ ନିଜେ ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ ତାହା ଏବେବି ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ଏସପି ନିଜେ ଉପସ୍ଥିତ ରହି ଅଧିକ ଅନୁଧ୍ୟାନ କରୁଛନ୍ତି । ତେବେ କେଉଁ କାରଣରୁ ଏପରି ଅଭାବନୀୟ ଘଟଣା ଘଟିଲା ସେନେଇ ପୋଲିସ ପକ୍ଷରୁ କିଛି ସୂଚନା ମିଳିପାରି ନାହିଁ ।
ଇଟିଭି ଭାରତ, କୋରାପୁଟ