thumbnail

By

Published : Oct 24, 2022, 8:32 PM IST

Updated : Feb 3, 2023, 8:30 PM IST

ETV Bharat / Videos

ପାକିସ୍ତାନକୁ ମାତ୍‌ ଦେଲା ଭାରତ, ସେଲିବ୍ରେସନ କରି ମାଡ ଖାଇଲେ ଫ୍ୟାନ୍ସ

ପୁନେ: ବିଶ୍ବକପ୍‌ ଟି-୨୦ ଫିବରରେ ଭାରତୀୟ କ୍ରିକେଟ ଫ୍ୟାନ । ପ୍ରଥମ ମ୍ୟାଚ୍‌ରେ ରୋମାଞ୍ଚକର ଭାବରେ ପାକିସ୍ତାନକୁ ମାତ୍‌ ଦେଇଛି ଭାରତ । ଏହାକୁ ନେଇ କ୍ରିକେଟ ଫ୍ୟାନ୍‌ସ୍‌ଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିଲେ । ତେବେ ପୁନେରେ ମ୍ୟାଚ୍‌ ବିଜୟ ଉତ୍ସବ ପାଳି ପୋଲିସଠାରୁ ମାଡ଼ ଖାଇଲେ କ୍ରିକେଟ ପ୍ରଶଂସକ । ବିରାଟ କୋହଲିଙ୍କ ୫୩ ବଲ୍‌ରେ ୮୩ ରନ୍‌ ପାଳି ବଳରେ ଭାରତ ବିଜୟୀ ହୋଇଥିଲା । ଏହାପରେ ପୁନେ ସହରରେ କ୍ରିକେଟ ଫ୍ୟାନ୍ସ ସେଲିବ୍ରେସନ ଆରମ୍ଭ କରିଥିଲେ । ଫଳରେ ସହର ମଧ୍ୟରେ ଭିଡ଼ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ପୋଲିସର ଲାଠିଚାର୍ଜ ଫଳରେ କେହି ଆହତ ହୋଇନାହାନ୍ତି ।
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.