Modi Zelensky Talks: ଯୁଦ୍ଧ ଶେଷ ପାଇଁ ଯାହା ଆବଶ୍ୟକତା ଭାରତ କରିବ: ମୋଦି

By

Published : May 20, 2023, 4:40 PM IST

thumbnail

ନୂଆଦିଲ୍ଲୀ: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ପୁରା ବିଶ୍ବ ପାଇଁ ବଡ ମୁଦ୍ଦା । ଏହାର  ପ୍ରଭାବ ସାରା ବିଶ୍ବରେ ପଡିଛି । ଏହି ଯୁଦ୍ଧକୁ ମୁଁ ରାଜନୀତି କି ଆର୍ଥିକ ପ୍ରସଙ୍ଗ ମାନୁନାହିଁ । ମୋ ପାଇଁ ଏହା ମାନବବାଦର ମୁଦ୍ଦା । ମାନବିକତାର ମୁଦ୍ଦା । ଯୁଦ୍ଧର ପୀଡା କଣ ହୁଏ ଏହା ଆପଣ ସର୍ବାଧିକ ଅନୁଭବ କରୁଛନ୍ତି । କିନ୍ତୁ ଗତବର୍ଷ ଆମର ଛାତ୍ରଛାତ୍ରୀ ଯେତେବେଳେ ୟୁକ୍ରେନରୁ ଫେରି ଭାରତରେ ସ୍ଥିତି ବର୍ଣ୍ଣନା କଲେ ମୁଁ ଅନୁମାନ କରିପାରୁଥିଲି କେତେ ଭୟଙ୍କର ସ୍ଥିତି ଆପଣ ସାମନା କରୁଛନ୍ତି । ବୁଝିପାରୁଥିଲି ଆପଣଙ୍କର ଓ ୟୁକ୍ରେନବାସୀଙ୍କ ଦୁର୍ଦ୍ଦଶା । ମୁଁ ଆପଣଙ୍କୁ ବିଶ୍ବାସ ଦେଉଛି ।  ଏହାର ସମାଧାନ  ପାଇଁ ଭାରତର  ବିଶେଷ କରି ବ୍ୟକ୍ତିଗତସ୍ତରରେ ଯାହା ଆବଶ୍ୟକତା ପଡିବ ଆମେ କରିବୁ । ଆଜି ଜାପାନର ହିରୋସୀମାରେ ଜି-7 ସମିଟ ଅବସରରେ ୟୁକ୍ରେନ ରାଷ୍ଟ୍ରପତି  ଭୋଲୋଡିମିର ଜେଲେନସ୍କିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଖନ୍ତୁ ସାକ୍ଷାତ ଆଲୋଚନା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.