ETV Bharat / sports

ଇଫିଏଫ ଠକେଇ ମାମଲା, ରବିନ ଉଥାପ୍ପା ରଖିଲେ ସ୍ପଷ୍ଟୀକରଣ - ROBIN UTHAPPA PF FRAUD CASE

ଭାରତର ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କ ନାଁରେ ଇପିଏଫ ଠକେଇ ମାମଲାରେ ଗିରଫ ପରଓ୍ବାନା ଜାରି ପରେ ସୋସିଆଲ ମିଡିଆରେ ଏନେଇ ଉତ୍ତର ରଖିଛନ୍ତି ।

Robin Uthappa
Robin Uthappa (IANS PHOTO)
author img

By ETV Bharat Odisha Team

Published : Dec 22, 2024, 4:36 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କ ନାଁରେ ଇପିଏଫ ଠକେଇ ମାମଲାରେ ଗିରଫ ପରଓ୍ବାନା ଜାରି କରାଯାଇଛି । ଏହି ମାମଲାରେ ଏବେ ମୁହଁ ଖୋଲିଛନ୍ତି ରବିନ ଉଥାପ୍ପା । ସୋସିଆଲ ମିଡିଆରେ ପୋଷ୍ଟ କରି ସ୍ପଷ୍ଟୀକରଣ ରଖିଛନ୍ତି ପୂର୍ବତନ କ୍ରିକେଟର । ଏଥିସହ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଅଭିଯୋଗ ଖଣ୍ଡନ କଲେ ରବିନ ଉଥାପ୍ପା

ସୋସିଆଲ ମିଡିଆରେ ପୋଷ୍ଟ କରି ରବିନ ଉଥାପ୍ପା ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଲେଖିଛନ୍ତି, "ମୋ ବିରୋଧରେ ଇପିଏଫ ମାମଲା ଖବର ସାମ୍ନାକୁ ଆସିଛି । ଷ୍ଟ୍ରବେରୀ ଲେନସେରିଆ ପ୍ରାଇଭେଟ ଲିମିଟେଡ, ସେଞ୍ଚୁରିଜ୍ ଲାଇଫଷ୍ଟାଇଲ ବ୍ରାଣ୍ଡ୍ସ ପ୍ରାଇଭେଟ ଲିମିଟେଡ ଓ ବେରିଜ୍ ଫ୍ୟାଶନ ହାଉସ ସହ ମୋର ସମ୍ପୃକ୍ତି ନେଇ ମୁଁ ସ୍ପଷ୍ଟିକରଣ ରଖିବାକୁ ଚାହୁଁଛି ।

ସେ ଆଉ ମଧ୍ୟ ଲେଖିଛନ୍ତି," ମୋର ଆର୍ଥିକ ଯୋଗଦାନ କାରଣରୁ ୨୦୧୮-୧୯ରେ ଏହି କମ୍ପାନୀ ଗୁଡିକରେ ମୋତେ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା । ହେଲେ ନା ମୋର କିଛି ସକ୍ରିୟ କାର୍ଯ୍ୟକାରୀ ଭୂମିକା ନଥିଲା ନା ନିତିଦିନିଆ ବ୍ୟବସାୟିକ କାର୍ଯ୍ୟରେ ମୁଁ ସାମିଲ ଥିଲି । କ୍ରିକେଟର, ଟିଭି ଉପସ୍ଥାପକ ଓ କମେଣ୍ଟର ଯୋଗୁ ନା ମୋ ପାଖରେ ସମୟ ଥିଲା ନା ମୋ ପାଖରେ ବିଶେଷଜ୍ଞତା ଥିଲା । ବାସ୍ତବରେ ମୁଁ ଆଜି ପର୍ଯ୍ୟନ୍ତ ଯେତେ ଗୁଡିଏ କମ୍ପାନୀକୁ ଫଣ୍ଡ୍ ଦେଇଛି, ସେଥିରେ କେବେ କାର୍ଯ୍ୟକାରୀ ଭୂମିକା ଗ୍ରହଣ କରିନାହିଁ ।

ଉଥାପ୍ପା ଆଉ ମଧ୍ୟ ଲେଖିଛନ୍ତି, "ଦୁର୍ଭାଗ୍ୟବଶତଃ ଏହି କମ୍ପାନୀ ଗୁଡିକ ମୋ ଠାରୁ ଦିଆଯାଇଥିବା ଋଣ ସୁଝିବାକୁ ବିଫଳ ହେଲେ, ଯେଉଁଥିପାଇଁ ମୋତେ ଆଇନର ସାହାରା ନେବାକୁ ପଡିଥିଲା, ଯାହା ବର୍ତ୍ତମାନ ବିଚାରାଧିନ ଅଛି । ଅନେକ ବର୍ଷ ପୂର୍ବରୁ ଏହି କମ୍ପାନୀର ନିର୍ଦ୍ଦେଶକ ପଦରୁ ମୁଁ ଇସ୍ତଫା ଦେଇସାରିଛି । ଯେତେବେଳେ ପିଏଫ ଅଧିକାରୀ ବାକି ଥିବା ଟଙ୍କା ସୁଝିବା ପାଇଁ ନୋଟିସ ଜାରି କରିଥିଲେ, ସେତେବେଳେ ମୋ ଲିଗାଲ ଟିମ ଏହାର ଉତ୍ତର ରଖିଛନ୍ତି । ଏହା ପରେ ବି ପିଏଫ ଅଧିକାରୀ ମୋ ବିରୋଧରେ ଆଇନଗତ ପ୍ରକ୍ରିୟା ଜାରି ରଖିଛନ୍ତି । ମୋ ଆଇନ ପରାମର୍ଶଦାତା ଆଗକୁ ଏହି ମାମଲାରେ ଆବଶ୍ୟକ ପଦକ୍ଷେପ ନେବେ । ମୁଁ ମିଡିଆକୁ ଅନୁରୋଧ କରୁଛି ପୁରା ତଥ୍ୟ ଦେଖାନ୍ତୁ ।"

କଣ ରହିଛି ପୂରା ମାମଲା

ରବିନ ଉଥାପ୍ପାଙ୍କ ନାଁରେ କର୍ମଚାରୀଙ୍କ ଇପିଏଫ୍ ପାଣ୍ଠିକୁ ଠକିଥିବା ଅଭିଯୋଗ ହୋଇଥିଲା ଏବଂ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ଏହି ୱାରେଣ୍ଟ ଚଳିତ ମାସ 4 ତାରିଖରେ ଜାରି କରାଯାଇଥିଲା । ସେଞ୍ଚୁରିଜ୍ ଲାଇଫଷ୍ଟାଇଲ ବ୍ରାଣ୍ଡ୍ସ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ସହ ତାଙ୍କର ପାର୍ଟନରସିପ ରହିଥିଲା । ଏହି କମ୍ପାନୀ ନିଜ କର୍ମଚାରୀମାନଙ୍କୁ ପିଏଫ ଦେଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉଥାପ୍ପାଙ୍କୁ ନୋଟିସ ଜାରି କରାଯାଇଛି ।

ଏହାମଧ୍ୟ ପଢନ୍ତୁ...

କ୍ରିକେଟକୁ ଅଶ୍ୱିନଙ୍କ ଅଲବିଦା, ଅବଦାନ ପାଇଁ BCCIର ଅଭିନନ୍ଦନ

କେଉଁ ଚାକିରି କରିଛନ୍ତି ଭାରତୀୟ ଖେଳାଳି ?

ବିବାଦରେ ଛନ୍ଦିହେଲା OCA, ସିନିୟର କ୍ରିକେଟର ଆଣିଲେ ଚୟନ ଅନିୟମିତତା ଅଭିଯୋଗ

ଧୋନିଙ୍କୁ ନେଇ ହରଭଜନଙ୍କ ବଡ଼ ଖୁଲାସା, ୧୦ ବର୍ଷ ହେଲା ନାହିଁ କଥାବାର୍ତ୍ତା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.