ଭୁବନେଶ୍ବର: ଓଡ଼ିଶାରେ ଗତ କିଛିଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଆଜି ଠାରୁ ପାଗରେ କିଛି ପରିବର୍ତ୍ତନ ହୋଇଛି । ରାଜ୍ୟରେ ବର୍ତ୍ତମାନ ବର୍ଷାର ବିଶେଷ ପ୍ରଭାବ ନଥିବା ବେଳେ ପୁଣି ୨୪ ଓ ୨୫ରେ ତାରିଖରୁ ବର୍ଷା ହେବ । ସେହିପରି ଆଗାମୀ କିଛିଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେବାକୁ ଥିବା ବେଳେ ୫ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
Weather Forecast for the State.
— Meteorological Centre, Bhubaneswar (@mcbbsr) December 22, 2024
Day-1 & Day-2 : Dry
Day-3 & Day-4 : Light to moderate Rain/Thundershower over the marked Districts.
Day-5 to Day-7 : Dry#Odisha #WeatherUpdate pic.twitter.com/fa4B66RiDy
ପୁଣି ବର୍ଷିବ:
ରାଜ୍ୟରେ ପୁଣି ବର୍ଷିବ । ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ବେଳେ ଡିସେମ୍ବର ୨୪ ତାରିଖରେ 7 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଜିଲ୍ଲାଗୁଡ଼ିକ ହେଉଛି ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ସେହିପରି ମାଲକାନଗିରି, କୋରାପୁଟ, କନ୍ଧମାଳ, ନୟାଗଡ଼, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଭଳି 9 ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବେ । ସେହିପରି ୨୫ତାରିଖରେ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ବର୍ଷା ଲାଗି ରହିବ ।
ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବରେ ହାଲୁକା ବର୍ଷା ହେବା ସମ୍ଭାବନା ଅଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଏହା ମଧ୍ୟ ପଢ଼ନ୍ତୁ...ଦୁର୍ବଳ ହେଲା ଅବପାତ; ରାଜ୍ୟରେ କମିବ ବର୍ଷା, ବଢିବ ଶୀତ ଏହା ମଧ୍ୟ ପଢ଼ନ୍ତୁ...ଆହୁରି ୨୪ ଘଣ୍ଟା ବର୍ଷା, ଭିଜିବ ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା |
ଘନ କୁହୁଡି ଆଲର୍ଟ:
ସେପଟେ ଆଜି ଏବଂ ଆସନ୍ତାକାଲି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଓ କଳାହାଣ୍ଡିକୁ କୁହୁଡି ପାଇଁ ସତର୍କତା ଜାରି କରିଛି ବିଭାଗ । ୫ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା । ସେହିପରି ୨୬ରୁ ୨୮ ତାରିଖ ଯାଏଁ ପାଗ ଶୁଖିଲା ରହିବ । ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ଶୀତର ପ୍ରଭାବ ବଢିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ କଟକ କଣ୍ଟାପଡାରେ ୪୫.୦୦ ମିମି ସର୍ବାଧିକ ବର୍ଷା ରେକର୍ଡ଼ ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ ଜଗତସିଂହପୁରରେ ୧୩.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ଓ ପାହାଡିଆ ଅଞ୍ଚଳ ସିମିଳିଗୁଡାରେ ୧୦.୬ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର